ତାଳଗାଁରେ ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ପ୍ରବେଶ

ଘଷିପୁରାରେ ଥିବା ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ଘଷିପୁରା ବ୍ଳକ ଗୋହିରା ପଞ୍ଚାୟତ ତାଳଗାଁ ରେ ନୂତନ ଗୃହ କରାଯାଇ ଗୃହ ପ୍ରବେଶ କରାଯାଇ ଶିଶୁ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଯୋଗ ଦେଇ ଉଦ୍ ଘାଟନ କରିଥିଲେ । ପରେ ସଭାପତି ନମିତା ରାଣୀ ବଳ ଙ୍କ ସଂଯୋଜନାରେ ଉଦ୍ ଘାଟନ ଉତ୍ସବ ପାଳନ ହୋଇଥିଲା ।

ସଂମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ସାହୁ , ଅଶୋକ ପୁହାଣ ,ସରୋଜ କୁମାର ସାହୁ ,ଡ଼ ଶମ୍ଭୁନାଥ ରାଉତ ,ଶ୍ରୀମତୀ ସୋନାଲି ଦାସ ,କୃଷ୍ଣଚନ୍ଦ୍ର ବାରିକ ,ନିରୋଦ ମହାନ୍ତି, ଅଧ୍ୟାପକ ସୁଦର୍ଶନ ସାହୁ ,ଜଗତ ଜିତା ଦାସ ,ଅନ୍ନଦା ପ୍ରସାଦ ମହାନ୍ତି , ପରମେଶ୍ବର ମହାନ୍ତି ଯୋଗ ଦେଇଥିଲେ । ଶେଷରେ ଆଶ୍ରମର ଶିଶୁ ମାନେ ଗୀତ ଗାଇବା ସହ ନୃତ୍ୟ ପରିବେଷଣ କରି ଉତ୍ସାହିତ ହୋଇଥିଲେ ।