
ଘସିପୁରା ବ୍ଲକ ଅନ୍ତର୍ଗତ ତରିମୁଳ ଠାରେ ମିନି ଷ୍ଟାଡିୟମରେ ମା ମଙ୍ଗଳା କ୍ରିକେଟ କ୍ଲବ ଆନୁକୁଲ୍ୟରେ କ୍ରିକେଟ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଟି-୨୦ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ତିନି ରାତି ଧରି ରାଜ୍ୟସ୍ତରୀୟ ୧୬ ଟି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଏହି ଉଦଘାଟନ ଉତ୍ସବରେ ଅତିଥି ଭାବେ ତରିମୁଳ ସରପଞ୍ଚ ପଙ୍କଜିନୀ ରାଉତରାୟ, ସମିତି ସଭ୍ୟା ତଅପୋଇ ବେହେରା, ଜିଲ୍ଳା ପରିଷଦ ସଭ୍ୟା ମଧୁସ୍ମିତା ଦାସ ,ଶିକ୍ଷକ ଦିଲ୍ଲୀପ ରାଉତ, ରଶ୍ମିରଞ୍ଜନ ରାଉତ, ନାଗଭୂଷଣ ରାଉତ, ଏମ୍ ଏମ୍ ସି ସି ପୁରାତନ ସଦସ୍ୟ ଜ୍ୟୋତିର୍ମୟ ରାଉତ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ।

ରବିବାରରେ ମେଗା ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ମୋଟ ୧୬ଟି ଦଳ କୁ ନେଇ ଟି-୨୦ ଫର୍ମାଟ୍ ରେ ଫ୍ଲଡ ଲାଇଟରେ ଏହି ଖେଳ ଅନୁଷ୍ଠିତ ହେଉଛି ।ମ୍ଯାଚ ପରିଚାଳନାରେ ଅମ୍ପାୟାର ବବୁଲ ସାହୁ ,ଜ୍ଞାନ ସ୍ୱାଇଁ ଦାୟିତ୍ବ ସମ୍ପାଦନ କରିଥିଲେ।ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମା ମଙ୍ଗଳା କ୍ରିକେଟ କ୍ଲବ ପକ୍ଷରୁ ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ।