ତମ୍ବା ପାତ୍ରର ଉପକାରିତା

ଆପଣ ତମ୍ବା ପାତ୍ରରେ ପିଉଛନ୍ତି କି ପାଣି…?

ଆପଣ ବୟସ୍କ ଲୋକଙ୍କ ପାଖରେ ଦେଖିଥିବେ ସେମାନେ ପ୍ରତିଦିନ ସକାଳୁ ଉଠି ପ୍ରଥମେ ତମ୍ବା ଗ୍ଲାସରେ ରଖାଯାଇଥିବା ପାଣିକୁ ପିଅନ୍ତି। ମାତ୍ର ଆପଣ ଜାଣନ୍ତି କି ତମ୍ବା ପାତ୍ରରେ ପାଣି ପିଇଲେ କି ପ୍ରକାର ସୁଫଳ ମିଳିଥାଏ। ତମ୍ବା ପାତ୍ରରେ ଖୁବ ସାରା ଉପକାରୀ ଗୁଣ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ।ରାତିରେ ଏକ ତମ୍ବା ପାତ୍ରରେ ପାଣି ଭରି ଏହାକୁ ରଖି ଦିଅନ୍ତୁ। ସକାଳୁ ବିଛଣାରୁ ଉଠି ପ୍ରଥମେ ସେହି ପାଣି ପିଅନ୍ତୁ। ତମ୍ବା ପାତ୍ରର ପାଣି ପିଇବା ଦ୍ୱାରା ପାଚନ କ୍ରିୟା ସଠିକ୍‌ ଭାବରେ ହୋଇଥାଏ। ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାୟକ ହୁଏ। ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ରକ୍ତରେ କୋଲେଷ୍ଟେରୋଲର ମାତ୍ରା ମଧ୍ୟ କମ୍‌ କରେ। କେବଳ ସେତିକି ନୁହେଁ, ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା ହୃଦଘାତ ଜନିତ ଆଶଙ୍କା କମ୍‌ ଥାଏ। ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ଏହା ସହିତ ମୋଟାପଣ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ। ଏହା ଦ୍ୱାରା ଏନିମିୟା ରୋଗରୁ ମଧ୍ୟ ଉପଶମ ମିଳିଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ତମ୍ବାରେ କର୍କଟ ରୋଗ ନିରୋଧୀ ତତ୍ୱ ରହିଛି। ତେଣୁ ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା କର୍କଟ ରୋଗକୁ ଆରମ୍ଭରୁ ରୋକା ଯାଇପାରିବ। ନିୟମତି ତମ୍ବା ପାତ୍ର ପାଣି ପିଇବା ଦ୍ୱାରା ଶରୀରର ପୀଡା, ଆଣ୍ଠୁଗଣ୍ଠି ବିନ୍ଧା ଓ ଫୁଲା ରୋଗ ହୋଇନଥାଏ।

Leave a Reply

Your email address will not be published. Required fields are marked *