ବରଗଡ଼ ଭଟଲି ରୋଡ ସ୍ଥିତ ତପୋବନ ଆଶ୍ରମରେ ଷଷ୍ଠ ବାର୍ଷିକ ପୁଷ୍ପ ହୋଲି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ତପୋବନର ସଭାପତି ସ୍ବାମୀ ତେଯୋମୟାନନ୍ଦ ସରସ୍ୱତୀଙ୍କ ପୌରୋହିତ୍ୟରେ ଏହି ପୁଷ୍ପ ହୋଲିରେ ସ୍ବାମୀ ନିତ୍ୟବୋଧାନନ୍ଦ ସରସ୍ଵତୀଙ୍କ ସହିତ ବରଗଡ଼ର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।





ଏହି ପୁଷ୍ପ ହୋଲି ସମାରୋହକୁ ପ୍ରାଧ୍ୟାପକ ତିର୍ଥବାସୀ ଦେବତା ଓ ଗୌରାଙ୍ଗ ନାୟକ ସଂଯୋଜନା କରିଥିବାବେଳେ ଚନ୍ଦ୍ରଶେଖର ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ନାଗେନପାଲି ଓ ଯାମପାଲିର କୀର୍ତନମଣ୍ଡଳୀ ଯୋଗଦାନ କରି ଉପସ୍ଥିତ ସମସ୍ତଙ୍କୁ ବିହ୍ଵଳିତ ଭଜନ ପରିବେଷଣ କରିଥିଲେ। ତପୋବନର ଏହି ପୁଷ୍ପ ହୋଲି ପ୍ରୟାସ ଅନେକଙ୍କ ଦ୍ଵାରା ଆଦୃତ ଓ ପ୍ରଶଂସିତ କରିଥିଲେ । ଏହାଦ୍ବାରା ପରିବେଶ ପବିତ୍ର ରହିବା ସଙ୍ଗେ ସଙ୍ଗେ ସଦ୍ଭାବପୂର୍ଣ୍ଣ ବାତାବରଣ ଓ ପାରସ୍ପରିକ ସ୍ନେହଶ୍ରଦ୍ଧା ପାଇଁ ଏହା ସହାୟକ ହେଉଅଛି । ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।