କେସିଙ୍ଗା : ଡୁପ୍ଲିକେଟ ସାର୍ଟିଫିକେଟ ମାମଲା ରେ କ୍ରାଇମବ୍ରାଞ୍ଜ ବଲାଙ୍ଗୀର ରେ ଦୁଇ ଦିନ ଡେରା ପକାଇ ତଦନ୍ତ ଚଳାଇଥିବା ବେଳେ ଜଣକୁ ଉଠାଇ ବଲାଙ୍ଗୀର ଆଦର୍ଶ ଥାନା କୁ ନେଇଥିବା ସୂଚନା ମିଳିଛି | ତେବେ ଗିରଫ ବ୍ୟକ୍ତି ଜଣକ ହେଲେ କେସିଙ୍ଗା ଥାନା ଅଧୀନ କୁଣ୍ଡାବନ୍ଧ ଗାଁ (ପିପଲ ପଡା) ର ସୁଦର୍ଶନ ଭୋଇ ଙ୍କ ପୁଅ ମଳୟ ଭୋଇ ବୋଲି ଜଣାପଡ଼ିଛି |

ମଳୟ ଙ୍କୁ କ୍ରାଇମବ୍ରାଞ୍ଜ ଟିମ ଅଧିକ ତଦନ୍ତ ପାଇଁ ବଲାଙ୍ଗୀର କୁ ନେଇଥିବା ଜଣାପଡ଼ିଛି | ସେହିପରି ଗତ ଦୁଇବର୍ଷ ତଳେ ନକଲି ସାର୍ଟିଫିକେଟ ଦେଇ ଡାକ ବିଭାଗ ରେ ଚାକିରୀ କରିଥିବା ପ୍ରସଙ୍ଗ ସାରା ଓଡିଶା ରେ ହଇଚଇ ସୃଷ୍ଟି କରିଥିଲା |
