ଡାର୍କ ଚକୋଲେଟ୍ ଖାଉଛନ୍ତି କି? ଜାଣନ୍ତୁ ଏହାର ଉପକାରିତା…

ଡାର୍କ ଚକୋଲେଟ୍ ଦେହ ପାଇଁ ଖୁବ୍ ଉପକାରୀ। ନିର୍ଦ୍ଦିଷ୍ଟ ପରିମାଣରେ ଡାର୍କ ଚକୋଲେଟ୍ ସେବନ କଲେ ମନ ଓ ଶରୀର—ଦୁହେଁ ସୁସ୍ଥ ରହିଥାଏ। ଏହା ମନକୁ ସୁଖୀ ରଖିବା ସହ ଅତ୍ୟଧିକ ଭୋକ ଲାଗିବାକୁ ମଧ୍ୟ କମାଇଥାଏ। ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଚକୋଲେଟ୍ ପସନ୍ଦ କରନ୍ତି। କିନ୍ତୁ ସବୁ ଚକୋଲେଟ୍ ନୁହେଁ, ଡାର୍କ ଚକୋଲେଟ୍ ଶରୀର ପାଇଁ ଅଧିକ ଲାଭଦାୟକ। ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ଆଣ୍ଟିଇଫ୍ଲାମେଟୋରି ଗୁଣ ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ କମ୍ କରିଥାଏ।

ଏକ୍ସପର୍ଟମାନଙ୍କ କହିବା ଅନୁସାରେ, ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ୍ (LDL) ହ୍ରାସ ପାଏ ଏବଂ ଶରୀରକୁ ଫିଟ୍ ରଖିବାରେ ସହାୟକ ହୁଏ। ଏହା ଏକ ଉତ୍ତମ ମୁଡ୍ ବୁଷ୍ଟର ଭାବେ ମଧ୍ୟ କାମ କରେ, ଯାହା ଚିନ୍ତା ଓ ଷ୍ଟ୍ରେସ୍ କମାଇଥାଏ। ଏତିକି ନୁହେଁ, ଡାର୍କ ଚକୋଲେଟ୍ ଚର୍ମ ପାଇଁ ମଧ୍ୟ ଲାଭଦାୟକ। ଏଥିରେ ଥିବା ବାୟୋ-ଆକ୍ଟିଭ୍ କମ୍ପାଉଣ୍ଡସ୍ ଚର୍ମକୁ ସୁରକ୍ଷା ଦେଇ ଉଜ୍ଜ୍ୱଳ ରଖିଥାଏ।

ତେବେ ମନେ ରଖନ୍ତୁ—ଅତ୍ୟଧିକ ଚକୋଲେଟ୍ ସେବନ କ୍ଷତିକାରକ। ସୀମିତ ପରିମାଣରେ ଡାର୍କ ଚକୋଲେଟ୍ ଖାଇଲେ ମାତ୍ର ମିଳିବ ସ୍ୱାସ୍ଥ୍ୟର ଆସଲ ଫାଇଦା।