ଡାଙ୍ଗରପଦା ସରକାରୀ ଉଚ୍ଚ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଳକ ଅସ୍ତି ପଞ୍ଚାୟତ ଡାଙ୍ଗରପଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନରେ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମରଞ୍ଜନ ଜେନା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବିଶିଷ୍ଟ କବି ଡ. କାଳିପଦ ପଣ୍ଡା ଯୋଗଦେଇ ଗୁରୁ, ପିତାମାତା ତଥା ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଝାଡେଶ୍ବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳ ବ୍ଲକ ସଭାପତି ଶିକ୍ଷାବିତ ଗୋବିନ୍ଦ ପ୍ରସାଦ ଦାସ, ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟ ଆଲୁମିନି ସଭାପତି ଶରତ ଚନ୍ଦ୍ର ପ୍ରଧାନ, ଓଡ଼ିଶା କ୍ରିକେଟ ଆସୋସିଏସନର ଅମ୍ପାୟାର ପ୍ରତାପ କୁମାର ପାତ୍ର ପ୍ରମୁଖ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ମାମିଲତା ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷୟିତ୍ରୀ ଡ.ରଶ୍ମିତା ପାଣିଗ୍ରାହୀ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ତଥା ଜିଲ୍ଲା ଏବଂ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୁଭଶ୍ରୀ ମୁଣ୍ଡା, ମିନତୀ ରାଉତ,ଅନୁପମା ସାମନ୍ତରାୟ, ରଶ୍ମିତା ସୀ, ଶିକ୍ଷକ ଶତୃଘ୍ନ ସେଠୀ,ସଞ୍ଜିତ ଜେନା, ପୂର୍ଣ୍ଣେନ୍ଦୁ ଦାସ, ଖେଳ ଶିକ୍ଷକ ପଦ୍ମଲୋଚନ ବାରିକ, ଦୀଲ୍ଲିପ ସିଂ, ଗଣେଶ ଜେନା, ନିତାଇ କୃଷ୍ଣ ସାମଲ, ଅରୁଣ କୁମାର ପଣ୍ଡା, ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ। ସଂସ୍କୃତ ଶିକ୍ଷକ ମୂରଲୀଧର ଗଙ୍ଗାଇ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *