
ଭାରତବର୍ଷ ରେ ଟଙ୍କା ପ୍ରେରଣ ଏବଂ ପତ୍ର ବିନିମୟ ର ମୁଖ୍ୟ ସୁରକ୍ଷିତ ବ୍ୟବସ୍ଥା ହେଲା ଭାରତୀୟ ଡାକ ବିଭାଗ କିନ୍ତୁ ସେହି ବିଭାଗ ରେ ଟଙ୍କା ପଠେଇ ସାରିଲା ପରେ ଯଦି ସେ ଟଙ୍କା ଠିକଣା ଜାଗାରେ ନ ପହଂଚି ବର୍ଷ ବର୍ଷ ଧରି ଡାକ ବିଭାଗ ରେ ପଡ଼ିରହିବ ତାହାଲେ ଡାକ ବିଭାଗ ଉପରୁ ସାଧାରଣ ଜନତା ଙ୍କ ଆସ୍ଥା ତୁଟିଯିବା ସହିତ ଯେଉଁ କାର୍ଯ୍ୟ ପାଇଁ ଟଙ୍କା ପ୍ରେରଣ ହୋଇଥିଲା ସେ କାର୍ଯ୍ୟ ରେ ବି ବାଧା ସୃଷ୍ଟି ହେବା ସ୍ୱାଭାବିକ | ସେହି ପରି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ଆଦିକନ୍ଦ ପୁର ଗ୍ରାମର ସୁଧୀର କୁମାର କରଙ୍କ ସହିତ ସୂଚନା ମୁତାବକ ୨୦୧୮ ମସିହା ଅଗଷ୍ଟ ୨୪ ତାରିଖ ରେ ଚନ୍ଦନପୁର ସବ ପୋଷ୍ଟ ଅଫିସ ରେ ବିରନରସିଂହ ପୁର ଗ୍ରାମର ପ୍ରକାଶ କୁମାର ରଥ ଏକ ହଜାର ଟଙ୍କା ସୁଧୀର କୁମାର କର ଙ୍କ ପାଖକୁ ମନି ଅଡର ମାଧ୍ୟମରେ ପଠେଇ ଥିଲେ ଯାହାର ଇ ଏମ ଓ ନମ୍ବର ୦୬୬୭୪୩୩୫୦୮୭୫୨୪୧୦୧୦ କିନ୍ତୁ ବିଡମ୍ବନା ର ବିଷୟ ସେ ଟଙ୍କା ଠିକଣା ଜାଗାରେ ପହଂଚିନଥିଲା। କଣ ପାଇଁ ଟଙ୍କା ପହଁଚିଲାନି ଡାକ ଘରେ ପଚାରିବାରୁ ସେଠୁ କିଛି ସନ୍ତୋଷଜନକ ଉତ୍ତର ମିଳିନଥିଲା। କିନ୍ତୁ ବହୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଶେଷରେ ଦୀର୍ଘ ବର୍ଷ ପରେ ୨୦୨୩ ମସିହା ସେପ୍ଟେମ୍ବର ୪ ତାରିଖ ରେ ମନିଅଡର ଆସି ପହଞ୍ଚିଚି। କେଉଁ କାରଣ ରୁ ଏବଂ କାହାର ଅବହେଳାରୁ ଏମିତି ଅବହେଳା ହୋଇଛି ତାହା ତଦନ୍ତ ସାପେକ୍ଷ।