ଡାକ୍ତର ଦେଖାଇବା ରହିଗଲା ଅଧା, ବିଶ୍ୱ ମାତୃ ଦିବସରେ ପୁଅକୁ ଛାଡି ଆରପାରିରେ ମା

ମାଆକୁ ଡାକ୍ତର ଦେଖାଇବାକୁ ବାହାରି ଥିଲେ ସପରିବାର । ହେଲେ ଦୁର୍ଘଟଣା ରେ ଚାଲିଗଲା ମା ର ଜୀବନ । ସେପଟେ ପୁଅ ଓ ନାତୁଣୀ ଗରୁରୁତର , ହୋଇଥିବା ବେଳେ ବହୁ ଓ ଝିଅ ଆହତ ହୋଇଛନ୍ତି । ହେଲେ ଦେଢବର୍ଷର ନାତୀ ଅଳ୍ପକେ ବର୍ତି ଯାଇଛି । ଆଜି ଏମିତି ଏକ ଅଘଟଣ ଘଟିଛି ଘଷିପୁରା ଥାନା ଶାଳପଡା ଗାଁ ର ରବି ନାରାୟଣ ମହାପାତ୍ର ଙ୍କ ପରିବାର ସାଙ୍ଘରେ। ରବି ନାରାୟଣ ନଜି ମା ଜୋସ୍ନାମୟୀ ଙ୍କୁ ସାଙ୍ଗରେ ଧରି କାରଯୋଗେ ମୟୁରଭଞ୍ଜ ଜିଲ୍ଲା କେନ୍ଦୁଜୁଆଣି ର ଜଣେ ଆୟୁବେଦ ଚିକିତ୍ସକ ଙ୍କୁ ଦେଖାଇବାକୁ ଯାଉଥିଲେ। ସାଙ୍ଗରେ ଥିଲେ ପତ୍ନୀ , ନିଜ ଦେଢବର୍ଷର ପୁଅ , ଭଉଣୀ ବିଶ୍ବବିଜୟନୀ ଓ ଭାଣିଜି ସଶ୍ମିତା ।

ଆନନ୍ଦପୁର – ଠାକୁରମୁଣ୍ଡା ରାସ୍ତା ରସ୍ତା ର ଗୋଡଭଙ୍ଗ ଘାଟି ଅତିକ୍ରମ କରିବାପରେ ସାମ୍ନା ପଟୁ ଆସୁଥିବା ଏକ ଜାଳେଣି ଗ୍ଯାସ୍ ବୋଝେଇ ମିନିଟ୍ରକ୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ମା ଜୋନ୍ନାମୟୀ ଙ୍କ ମୃତ୍ଯୁଘଟିଛି। ଗାଡିରେ ଥିବା ଅନ୍ଯ ମାନଙ୍କ ମଧ୍ଯରୁ ରବି ନାରାୟଣ ଓ ଭାଣିଜି ଶଶ୍ମିତା ଗୁୁରୁତର ଆହତ ଅବସ୍ତା ରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି।ଦୁର୍ଘଟଣା ର ଖବରପାଇ ଅଗ୍ନଶ୍ରମ ବାହିନୀ ସମସ୍ଥଙ୍କୁ ଉଦ୍ଦାର କରି ମେଡିକାଲ ପଠାଇଥିଲା। ସେପଟେ ଖବରପାଇ ମହୁଲଡିହା ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।