
କମର୍ଦ୍ଦା ପୋଲିସର ମନମାନୀ ASI ଗୋରୁଚର ବେହରା ଯିଏ ଡମ୍ପର ପିଛା ମାସକୁ ୫୦୦୦ଟଙ୍କା ଦେଉଛି ତା ଗାଡିକୁ ଛଡା ଯାଉଛି, ଯିଏ ନ ଦେଉଛି ତାକ ଗାଡିକୁ ଜବତ କରା ଯାଉଛି। କର୍ମଦ୍ଦା ପୋଲିସ ଓ ବାଲି ମାଫିଆଙ୍କ ଲୁଚକାଳି ଖେଳ,ଏଥିରେ ସାମିଲ ଅଛନ୍ତି ପ୍ରଶାସନର ବଡ଼ ବଡ଼ ବାବୁମାନେ। ଏଠି ପ୍ରଶ୍ନ ଉଠୁଛି କେମିତିକା ଶାସନ ଏ କଣ ଏମିତି ଚାଲିଛି କର୍ମଦ୍ଦାର ପୋଲିସ ବିଭାଗ। ପୋଲିସ ବିଭାଗର ରିମୋଟ କାହା ହାତରେ ଆଉ ତାକୁ ଧରିଛି କିଏ? ଚର୍ଚ୍ଚାରେ ଏବେ ପୋଲିସ ASI ଗୋରୁ ଚରଣ ବେହେରା।
ଓଡିଶାରୁ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ୪ଟି ବାଲି ବୋଝେଇ ଡମ୍ପର ଜବଦ କଲା ପୋଲିସ, ହେଲେ ଦିନ ରାତି ଶହଶହ ଡମ୍ପର ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ବାଲି କିନ୍ତୁ ଧରିବା ପାଇଁ ବିଫଳ ସାଜିଛି କର୍ମଦ୍ଦା ପୋଲିସ।ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଛକ ନିକଟରେ ଟଙ୍କା ନ ଦେବାରୁ ଚୋରା ବାଲି ଡମ୍ପର ଜବଦ କରିଛି କମର୍ଦ୍ଦା ପୋଲିସ, ଚଢ଼ାଉ ସମୟରେ ଗାଡି ଡ୍ରାଇଭରକୁ ଧମକ ଦେବାରୁ ଡ୍ରାଇଭର ଫେରାର ହୋଇଯାଇଛି, ସୁବର୍ଣ୍ଣରେଖା ନଦୀରୁ ଏବେ ଲିଜ୍ ଧାରୀ ଖାଦାନରୁ ବାଲି ଉତ୍ତୋଳନ ବନ୍ଦ ଥିବା ବେଳେ ମାଫିଆ ମାନେ ନୌକା ସାହାଯ୍ୟରେ ବାଲି ଉତ୍ତୋଳନ କରି ପ୍ରତେକଦିନ ଶହ ଶହ ଟ୍ରିପ ବାଲି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଛନ୍ତି I ହେଲେ ASI ବାବୁ ଟଙ୍କା ନେଇ ଚୁପ ବସିଛନ୍ତି ।

ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉ ଥିବାବେଳେ ମାଲେମାଲ ହେଉଛନ୍ତି ମାଫିଆ ଓ ପୋଲିସ। ପ୍ରାୟତଃ ରାତିରେ ଡମ୍ପରରେ ପଶ୍ଚିମବଙ୍ଗକୁ ଚୋରା ବାଲି ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କମର୍ଦ୍ଦା ପୋଲିସ ପକ୍ଷରୁ ଚଢଉ କରାଯାଇ ୪ଟି ବାଲି ବୋଝେଇ ଡମ୍ପର ଜବଦ କରାଯାଇଛି, ଅନ୍ୟପଟେ ବାକି ଗାଡ଼ିକୁ ଧରିବା ପାଇଁ କର୍ମଦ୍ଦା ପୋଲିସ ଘଣ୍ଟ ଘୋଡାଉଛି। କର୍ମଦ୍ଦା ଅଞ୍ଚଳରେ ଗଣତନ୍ତ୍ର ସମ୍ପୁର୍ଣ୍ଣ ଭାବେ ଭୁଷୁଡି ପଡିଛି। ରାଜ୍ୟରେ ଚାଲିଛି ଅଫିସର ଶାସନ । ପୋଲିସ ବାବୁଙ୍କ ଜାଣତରେ ଚାଲିଛି ବେଆଇନ ବାଲି ଚାଲାଣ ଯାହାକୁ ନେଇ ସାଧାରଣରେ ଉଠୁଛି ପ୍ରଶ୍ନ ।