ଠେମରା ଗାଁ ରେ ବାତ୍ୟା ର କରାଳ ରୂପ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ପଞ୍ଚାୟତ ଅଧୀନ ଠେମରା ଗାଁ ରେ ଗୁରୁବାର ଲଗାଣ ବର୍ଷା ଯୋଗୁଁ  ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ବାତ୍ୟା ତାର କରାଳ ରୂପ ଦେଖାଇଥିଲା | ପରେ ଖବର ପାଇ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମିଜୟ ସ୍ୱାଇଁ ଗାଁ ରେ ପହଂଚି  କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖି ରାତି ତମାମ ଜରୁରୀକାଳୀନ ସେବା ଯୋଗାଇଥିବା ବେଳେ ଅନେକ କ୍ଷୟ କ୍ଷତି ହୋଇଥିବା ଦେଖି ତହସିଲଦାର ପ୍ରଶାନ୍ତି ପ୍ରଧାନ ଦୁଖଃ ପ୍ରକାଶ କରିଥିଲେ |


ସୂଚନା ଥାଉକି ଗୁରୁବାର ଅପରାହ୍ନ ସମୟରେ ଦେଖୁ ଦେଖୁ କଲା ମେଘ ଗର୍ଜନ କରି ବାତ୍ୟା ତାର ତାଣ୍ଡବ ରଚିଥିବା କ୍ଷତିଗ୍ରସ୍ତ ଲୋକେ କହିଛନ୍ତି | ସେହିପରି ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଙ୍କ ନେତୃତ୍ୱ ରେ ବିଧାୟକ ପ୍ରତିନିଧି ଧନୁର୍ଦ୍ଧର ଗହୀର ଠେମରା ଗାଁ ରେ ପହଂଚି  କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ | କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ଯୋଜନା ରେ ଅତିଶୀଘ୍ର ଘର ଯୋଗାଇବା ପାଇଁ ପ୍ରଶାସନ ଙ୍କୁ ଦାବୀ କରିଥିଲେ | ସେହିଭଳି ବାତ୍ୟା ରେ କିଛି ଲୋକଙ୍କ ଘର ଭାଙ୍ଗିବା ସହ  ଧାନ, କପା, ଚାଷ ପ୍ରାୟ ନଷ୍ଟ ହୋଇଥିବା ବେଳେ ରାସ୍ତାରେ ଅନେକାଂଶ ସ୍ଥାନରେ ଗଛ ଭାଙ୍ଗି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା | ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ପଡିଯାଇଥିବା ଗଛ ସବୁକୁ ରାତି ତମାମ ସଫା କରିଥିବା ଦେଖିବାକୁ ମିଳିଥିଲା | ତେବେ ଲଗାଣ ବର୍ଷା ଲାଗିଥିବା ଯୋଗୁଁ ପ୍ରଶାସନ ଙ୍କ ନିର୍ଦେଶ କ୍ରମେ ପାଷ୍ଟିକୁଡି ପଞ୍ଚାୟତ ପକ୍ଷରୁ କ୍ଷତିଗ୍ରସ୍ତ ଲୋକଙ୍କୁ ସବୁ ପ୍ରକାର ଜରୁରକାଳୀନ ସେବା ଯୋଗାଉଥିବା ପଞ୍ଚାୟତ ନିର୍ବାହୀ ଅଧିକରୀ କ୍ଷମା ପ୍ରସାଦ ଦୁରିଆ ପ୍ରକାଶ କରିଥିଲେ |