ଟ୍ରେନ୍ ୱାଗନରୁ କୋଇଲା ଲୁଟ୍ ଉଦ୍ୟମ; ମାଫିଆକୁ ଧରିବାକୁ ତଦନ୍ତ ଆରମ୍ଭ

ପାରାଦ୍ଵୀପର ସିଜୁ ରେଲୱେ ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କୋଇଲା ଟ୍ରେନରୁ କୋଇଲା ଲୁଟ୍ ପାଇଁ ଉଦ୍ୟମ ହୋଇଥିବା ସୂଚନା ରହିଛି | କିଛି ଦୁର୍ବୃତ୍ତ ଟ୍ରେନ୍ ବଗିରୁ କୋଇଲା କାଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଏହାର ଲକ୍ ଖୋଲି ଯାଇଥିଲା । ଫଳରେ ଟ୍ରେନ୍ ଲାଇନ୍ ଉପରେ ପାଖାପାଖି ୩ ରୁ ୪ ଟନ୍ କୋଇଲା ପଡ଼ିଯାଇଥିଲା।

ଏହାକୁ ଟ୍ରେନର ଗାର୍ଡ ଦେଖି ରେଲୱେ ପୋଲିସକୁ ଖବର ଦେଇଥିଲେ | ଘଟଣାସ୍ଥଳରେ ପାରାଦ୍ଵୀପ ରେଲୱେ ସୁରକ୍ଷାବଳ ଥାନାର ଓଆଇସି ଓ ଅନ୍ୟ ଅଫିସରମାନେ ପହଞ୍ଚି କୋଇଲାକୁ ସେଠାରୁ ଜବତ କରାଯାଇଛି । ତେବେ ଏହି ଘଟଣାକୁ ନେଇ ରେଲୱେ ଥାନା ପକ୍ଷରୁ କେହି ଅଜଣା ବ୍ୟକ୍ତି ଏଭଳି ଘଟଣା ଘଟାଇଥିବା ଆଶଙ୍କା କରି ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଛି । ମାତ୍ର ପାରାଦ୍ଵୀପ ଠାରୁ କୁଜଙ୍ଗ ମଧ୍ୟରେ ରୀତିମତ କୋଇଲା ଚୋରି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ରେଲୱେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଚର୍ଚ୍ଚା ଜୋର ଧରିଛି । ଫଳରେ ଏହି କୋଇଲା ମାଫିଆମାନେ ପାରାଦ୍ଵୀପରେ ନିର୍ଦ୍ଵନ୍ଦ୍ଵରେ କୋଇଲା ଚୋରି କରୁଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *