ଟ୍ରଲର – ହାଇୱା ମୁହାଁ ମୁହିଁ ଧକ୍କା

ଟ୍ରଲର ସହ ହାଇୱା ମୁହାଁ ମୁହିଁ ଧକ୍କା ହୋଇଛି । ଟ୍ରଲର ଡ୍ରାଇଭର ମୃତ ହୋଇଥିବା ବେଳେ ହେଲପର ଗୁରୁତର ହୋଇଥିବା ଜଣାପଡିଛି । ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥର ର ଶୈଲଙ୍ଗ ବିଜି ମୋଟର୍ସ ଛକ ନିକଟରେ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରଲର କୁ ବିପରିତ ଦିଗରୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା ।

ଯାହାଫଳରେ ଘଟଣାସ୍ଥଳରେ ହିଁ ଟ୍ରଲର ଡ୍ରାଇଭରଙ୍କ ମୃତ୍ଯୁ ହୋଇଥିବାବେଳେ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଡ୍ରାଇଭର ହେଉଛନ୍ତି ବିହାର ଅଞ୍ଚଳର ମାନସ , ଗରୁତର ହେଲପର ଦୋହନଲାଲ ଜାଦବ ହୋଇଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଘଷିପୁରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।