ଟେକନୋମାଉଣ୍ଟ କମ୍ପାନୀର ସୁପରଭାଇଜର ଙ୍କ ବ୍ୟାଗରୁ ଗୁଳି ଜବତ

ଆଇଓସିଏଲରେ ଯୁବକଙ୍କ ବ୍ୟାଗ ରୁ ମିଳିଲା ଗୁଳି । ତଲାସି ବେଳେ ବ୍ୟାଗ୍ ରୁ ଗୁଳି ଜବତ କରିଛି ସିଆଇଏସ‌ଏଫ । ଯୁବକ ଜଣଙ୍କ ଆଇଓସିଏଲରେ ଠିକା କାମରେ ନିଯୁକ୍ତ ଥିବା ଟେକନୋମାଉଣ୍ଟ କମ୍ପାନୀ ର ସୁପରଭାଇଜର ଦେବାଶିଷ ଦାସ ବୋଲି ଜଣାପଡିଛି ।

ପାରାଦ୍ୱୀପ ରିଫାଇନାରୀ ୨ନଂ ଗେଟ୍ ଦେଇ ରିଫାଇନାରୀ ଭିତରକୁ ଯିବା ସମୟରେ ସିଆଇଏସଏଫ ଯବାନ ତଲାସି କରିଥିଲେ | ଏହି ସମୟରେ ବ୍ୟାଗ୍ ରୁ ଗୁଳି ବାହାରିଥିଲା । ଦେବାଶିଷକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅଭୟଚାନ୍ଦପୁର ପୋଲିସ ।

ଆଇଓସିଏଲ ଏକ ସମ୍ବେଦନଶୀଳ କମ୍ପାନୀ ହୋଇଥିବାରୁ, ଏହା ଭିତରକୁ ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ସମେତ କୌଣସି ସାମଗ୍ରୀ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ହେଲେ ସୁପରଭାଇଜର ଜଣଙ୍କ ନିଜ ବ୍ୟାଗ୍ ରେ କଣ ପାଇଁ ଗୋଟିଏ ଗୁଳି ନେଇଥିଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।