କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଟିପିଏନଓଡିଏଲ ପଷରୁ ଜାତୀୟ ସୁରକ୍ଷା ସପ୍ତାହ ଓ ଲାଇନ ମ୍ୟାନ ଦିବସ ପାଳନ କରାଯାଇଛି | ଆନନ୍ଦପୁର ପୌରପାଳିକା କଲ୍ୟାଣ ମଣ୍ଡପଠାରେ ଏହା ଅନୁଷ୍ଠିତ ହୋଇଛି |

ଏହି କାର୍ଯ୍ୟକ୍ରମରେ ସାମାଜିକ ଏବଂ ଶାସନ ଉତ୍କର୍ଷତା ପାଇଁ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା |

ଏଥିରେ ଆନନ୍ଦପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପ ଜିଲ୍ଲାପାଳ ଫାଲଗୁନୀ ମାଝି, ସମ୍ନାନୀତ ଅତିଥି ଭାବେ ଏସଡ଼ିପିଓ ପ୍ରଶାନ୍ତ ବେହରା, ସୁପରିଟେନଡେଣ୍ଟ ଇଞ୍ଜିନିୟର ସୁଦୀପ୍ତ ମିଶ୍ର ଓ ଅନ୍ୟ ବହୁ ବ୍ୟକ୍ତି ମାନେ ଯୋଗ ଦେଇଥିଲେ |

ଲାଇନ ମ୍ୟାନ ମାନେ ୪୦ ଡିଗ୍ରୀ ଟେମ୍ପରେଚରରେ ରହି ଯେପରି କାମ କରୁଛନ୍ତି ଆମକୁ ସେବା ଦେଉଛନ୍ତି ତାଙ୍କ ସୁରକ୍ଷା ପାଇଁ ଏହି ଲାଇନ ମ୍ୟାନ ଡେ ପାଳନ କରାଯାଉଛି ବୋଲି ଟିପିଏନଓଡିଏଲ ସଦସ୍ୟ କହିଥିଲେ |