ଟାଙ୍ଗୀର ପବିତ୍ର ଶକ୍ତି ପୀଠ ମା ତାରା ଦେବୀଙ୍କ ପୀଠରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା

ଆଧୁନିକ ଓଡ଼ିଶାର ନିର୍ମାତା ସାଢେ଼ ଚାରିକୋଟି ଜନ ମାନସ ର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଗତ ୨୦ ତାରିଖରେ ମୁମ୍ୱାଇ ର କୋକିଳା ବେନ୍ ଅମ୍ବାନୀ ହସ୍ପିଟାଲ ରେ ଚିକିତ୍ସିତ ଅଛନ୍ତି ।ଭୁବନେଶ୍ଵର ଛାଡ଼ିଲା ବେଳେ ସାରା ଓଡ଼ିଶାରୁ ସମସ୍ତ ନେତୃମଣ୍ଡଳୀ , ଯୁବ, ଛାତ୍ର ଓ ମହିଲା ଓ ବହୁ ଶୁଭେଚ୍ଛୁ ତାଙ୍କର ଆଶୁ ଆରୋଗ୍ୟ କାମନା ବିଜୁ ପଟ୍ଟନାୟକ ଏୟାରପୋର୍ଟ ଠାରେ କରିଥିଲେ ।ସେହି ଦିନ ସେ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।ଆଜି ପ୍ରିୟ ନବୀନ ଙ୍କ ସର୍ଜରୀ ପାଇଁ ଓ ଟି ରେ ଅଛନ୍ତି ।ତାଙ୍କର ଦୃତ ଆରୋଗ୍ୟ କାମନା ପାଇଁ ସକାଳୁ ସକାଳୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଙ୍କ ସଂଯୋଜନାରେ ଖୋରଧା ଟାଙ୍ଗୀ ର ପବିତ୍ର ଶକ୍ତି ପୀଠ ମା ତାରା ଦେବୀଙ୍କ ପୀଠରେ ଟାଙ୍ଗୀ ବ୍ଲକ ର ଶୁଭେଚ୍ଛୁ ମାନେ ଏକାଠି ହୋଇ ମା ଙ୍କ ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ଅନୁରୂପ ଭାବେ ଖୋର୍ଦ୍ଧା ବ୍ଲକ୍ ମଳିପଡା ର ଆରାଧ୍ୟା ଦେବୀ ମା ଯୋଗମୟଙ୍କ ପୀଠରେ ଶୁଭେଚ୍ଛୁ ମାନେ ଏକାଠି ହୋଇ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ଓ ଦୀପଦାନ କରି ଛନ୍ତି । ସେହିପରି ଖୋର୍ଦ୍ଧା ପୌର ପରିଷଦ ରପଲଟନ ପଡିଆ ସ୍ଥିତ ବାବା ଚନ୍ଦ୍ରଶେଖର ଙ୍କ ପୀଠ ଓ ସଂଲଗ୍ନ ମହାବୀର ପୀଠରେ ରେ ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ଓ ବହୁ ନବୀନ ପ୍ରେମୀ ଏକାଠି ହୋଇ ପବିତ୍ର ପୀଠ ରେ ଜଳସାୟୀ କରିବା ସହ ପୂଜାର୍ଚ୍ଚନା ଓ ଦୀପଦାନ କରିଛନ୍ତି । ସମସ୍ତେ ଅପେକ୍ଷା କରିଛନ୍ତି ତାଙ୍କର ପ୍ରିୟ ନେତା ମୁମ୍ବାଇରୁ ଶୀଘ୍ର ଆରୋଗ୍ୟ ହୋଇ ଫେରି ନିଜକୁ ଓଡ଼ିଶା ବାସୀଙ୍କ ସେବାରେ ନିୟୋଜିତ କରନ୍ତୁ ଓ ନିରନ୍ତର ସେବା ପ୍ରଦାନ କରନ୍ତୁଏହିଭଳି ଓଡ଼ିଶାର ସମସ୍ତ ପ୍ରାନ୍ତରେ ପ୍ରିୟ ନେତାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ଚାଲିଛି । ତାଙ୍କର ଆଶୁ ଆରୋଗ୍ୟ କାମନା ସହ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି ଖୋରଧା ନିର୍ବାଚନ ମଣ୍ଡଳୀ ବାସି ।