ଝୁଲନ୍ତା ଅବସ୍ଥାରେ ଘର ଭିତରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଚନ୍ଦ୍ରପୁର ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ପଞ୍ଚାୟତର ଲକ୍ଷ୍ମୀପୁର ନୂଆସାହିରେ । ମୃତ ଯୁବକ ଯୁବତୀ ହେଲେ ଶ୍ରୀୟା ବଡ଼ନାୟକ ଓ କେଦାର କୁସୁଲିଆ । ଉଭୟ ପ୍ରେମ ବିବାହ କରିଥିଲେ । କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା କାରଣ ଅସ୍ପଷ୍ଟ ରହିଛି । ଉଭୟଙ୍କ ଘର ଲକ୍ଷ୍ମୀପୁର ଗାଁର ନୂଆସାହି ବୋଲି ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ରାୟଗଡ଼ା ସଦର ମହକୁମାରୁ ସାଇଣ୍ଟିଫିକ୍ ଟିମ୍ ସହିତ ମୁନିଗୁଡା ଏସଡିପିଓ ସନ୍ତୋଷି ଓରାମ୍ ଓ ଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । କେଉଁ କାରଣରୁ ଉଭୟ ଆତ୍ମହତ୍ୟା କରିଛନ୍ତି ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।