ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ଡା ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ପାରାଦ୍ଵୀପ ଜୟଦେବ ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ପାରାଦ୍ଵୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳଙ୍କ ସମେତ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ର ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।

ଡା. ଦେବେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ଆଜି ରାଜ୍ୟରେ ଭାରତୀୟ ଜନତା ପାର୍ଟି ସାଂଗଠନିକ ସ୍ଥାନରେ ଶକ୍ତିଶାଳୀ ହେବା ସହିତ ସରକାର ଗଠନ କରିବାରେ ସଫଳ ହୋଇଛି । ଡାକ୍ତରୀ ପେଶା ଛାଡି ତୃଣ ମୂଳ ସ୍ତରର ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ରାଜନୀତି କୁ ଆସିଥିବା ଡା. ପ୍ରଧାନଙ୍କ ମାର୍ଗଦର୍ଶନ ଓଡିଶାର ବିଜେପି ପାଇଁ ବରଦାନ ପାଲଟିଛି । ତାଙ୍କର ମୃତ୍ୟୁରେ ସମଗ୍ର ଓଡିଶାର ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।