
ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧୀନ ଅନନ୍ତପ୍ରସାଦ ଗାଁରେ ଏକ ଭୟାନକ ଘଟଣା ସାମ୍ନାକୁ ଆସିଛି | ଯାହାକି ବାଘ କୁ ଆକ୍ରମଣ କରିଛି ମଣିଷ | ଏହି ଘଟଣାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ଯୁବକ ଜଣକ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, କଲରାପତରିଆ ବାଘଟି ଅନନ୍ତପ୍ରସାଦ ଗାଁର ଶୁଭ୍ରାଂଶୁ ଭୋଳଙ୍କ ଫାର୍ମ ହାଉସ୍କୁ ଭିତରକୁ ପଶି ଆସିଥିଲା | ବଘାଟିକୁ ଦେଖି କୁକୁରମାଙ୍କର ଭୋକିବାରେ ଶୁଣି ଯୁବକ ଜଣକ ତାଙ୍କ କବାଟଟିକୁ ଖୋଲିଲାବେଳେ ବାଘଟି ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା। ଜୀବନ ବଞ୍ଚାଇବାକୁ ଯାଇ ଯୁବକ ଜଣକ ବାଘ ସହ ଭୟଙ୍କର ସଂଘର୍ଷ କରିଥିଲେ |
କିଛି ସମୟ ଧରି ଚାଲିଥିବା ଏହି ସଂଘର୍ଷରେ ଯୁବକଟି ବାଘକୁ ଛୁରା ମାରିବା ଦ୍ୱାରା କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା | ତେବେ ବାଘ ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ କଟକର ଏକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି | ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ବାଘର ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି | ବନ ବିଭାଗ ପକ୍ଷରୁ ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି |