
ଜି ଉଦୟଗିରି ରେ ମା ବଡରାଉଳ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ବିରାଟ ପଟୁଆରରେ ଶୋଭାଯାତ୍ରା ବାହାରି ହାତିବାଲି ବଡରାଉଳ ମନ୍ଦିର ସହିତ ବରାଳିନୀ ମନ୍ଦିର କୁ ଆଜ୍ଞା ମାଳ ନେବା ପରେ ଅସ୍ଥାୟୀ ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏହି ଯାତ୍ରା ଆସନ୍ତା ୭ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୧୫ ଦିନ ଧରି ଚାଲିବ । ଏଥିରେ ସଭାପତି ଚିତରଞନ ସାହୁ, ସଂପାଦକ ଭେଙ୍କେଟେଶ ବେହେରା,ଉପ ସଭାପତି ଶଙ୍କର୍ଷଣ ଡାକୁଆଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।