ବରଗଡ ଜିଲ୍ଲା ବରପାଲି ମାରୱାଡ଼ି ଧର୍ମଶାଳା ଉଗ୍ରସେନ ଭବନ ଠାରେ ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ସଭାପତି ପ୍ରଦୀପ କୁମାର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର, ସମ୍ମାନିତ ଅତିଥିଭାବେ ତହସିଲଦାର ରୁକ୍ମଣ ମେହେର ଯୋଗଦାନ କରିଥିଲେ । ସେ କହିଥିଲେ ଏ ଦୁନିଆରେ ଅସହାୟ ବିକଳାଙ୍ଗ ମାନଙ୍କ ପାଇଁ ଯେଉଁ ଯୁବସମାଜ ସହାୟତା ର ହାତ ବଢ଼ାଇ ଗୋଟିଏ ଜୀବନ୍ତ ଉଦାହରଣ ମାନ ସୃଷ୍ଟି କରିଛନ୍ତି ।

ଏହା ଏବେ ନୂତନ ପିଢ଼ି ପାଇଁ ଉଦାହରଣ ସ୍ୱରୂପ ବୋଲି ଉପସ୍ଥିତ ଅତିଥି ମାନେ ବାକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଏବଂ ବରପାଲି ବ୍ଲକ ସ୍ତରୀୟ ଯୁବାମଞ୍ଚ ର ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ୬୦ଜଣଙ୍କୁ କୃତ୍ରିମ ଅଙ୍ଗ ମାଗଣାରେ ପ୍ରଦାନ କରିଥିଲେ ।