ବରଗଡ଼ ସ୍ଥିତ ଉପ-ନିର୍ଦ୍ଦେଶକ ବୟନଶିଳ୍ପଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସମ୍ମିଳନୀ କକ୍ଷ ଅନୁଷ୍ଠିତ ହୋଇଛି | କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମଞ୍ଜୁ ଏକ୍କା ଯୋଗଦେଇ ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିଲେ |

ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଦିନେଶ ଅଗ୍ରୱାଲା ଶିଶୁ ଅଧିକାରରେ ଶିଶୁ ମଙ୍ଗଳ ସମିତିର ଭୂମିକା, ସଭ୍ୟା ରାଧା ଅଗ୍ରୱାଲ ମିଶନ ବାତ୍ସଲ୍ୟ ଅନ୍ତର୍ଗତ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ସ୍କିମ୍ ଉପରେ ଆଲୋଚନା କରିଥିଲେ | କିଶୋର ନ୍ୟାୟ ବୋର୍ଡର ସଭ୍ୟା ନିର୍ଜନା ମାହାର ଓ ପ୍ରୟାସ ଦାଶ ଦ୍ବନ୍ଦରେ ଥିବା ପିଲାମାନଙ୍କର ଯତ୍ନ ଓ ସୁରକ୍ଷା ତଥା ସେମାନଙ୍କର ଥଇଥାନ ଉପରେ ବକ୍ତବ୍ୟ ରଖିଥିଲେ |

ଆନୁଷ୍ଠାନିକ ଯତ୍ନ ଓ ସୁରକ୍ଷା ଅଧିକାରୀ ଶ୍ରୀ ତପନ କୁମାର ପାତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ ଯତ୍ନ ଉପରେ ବିଶେଷ ବିବରଣୀ ପ୍ରଦାନ କରିବା ସହ ସାମାଜିକ କର୍ମୀ ଶ୍ରୀ ସୁରେନ୍ଦ୍ର ଦାଶ କିଶୋର ନ୍ୟାୟ ଆଇନ ୨୦୧୫ ଉପରେ ଏକ ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ | ଚାଇଲ୍ଡ ହେଲ୍ପ ଲାଇନର ସଂଯୋଜକ ଶ୍ରୀ ସଞ୍ଜୟ ଶତପଥୀ ଶିଶୁ ସୁରକ୍ଷାରେ ଚାଇଲ୍ଡ ହେଲ୍ପ ଲାଇନର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ |



ଉକ୍ତ କର୍ମଶାଳାକୁ ସଫଳ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମଚାରୀ ବିକାଶ ପ୍ରଧାନ, ଜୟନ୍ତୀ ହିଆଲ, ଶୁଭେନ୍ଦୁ ପୃଷ୍ଟି, ଅଭିଷେକ ବିଶ୍ଵାଳ, ପ୍ରଭାତ କୁମାର ଚାଲାଣ, ଜିତେନ୍ଦ୍ର ସା, ମନିଷା ନାଗ, ବବିତା ରାଉତ ଏବଂ ଚାଇଲ୍ଡ ହେଲ୍ପ ଲାଇନର କର୍ମଚାରୀ ଲଳିତ ମୋହନ ପ୍ରଧାନ, ଆକାଶ ପ୍ରଧାନ, ନୈମିଶ ପ୍ରଧାନ ଓ ସୁନିଲ କୁମାର ବାରିକ ଆଦି ସହଯୋଗ କରିଥିଲେ |