ଖୋର୍ଦ୍ଧା : ମଣିଷ ଜୀବନ ଅମୁଲ୍ୟ, ଏଣୁ ଏହାର ସୁରକ୍ଷା ଆମର କର୍ତ୍ତବ୍ୟ l ଜୀବନ ସୁରକ୍ଷିତ ରହିଲେ ଦେଶ ଓ ଜାତି ହସି ଉଠିବ l ଭାରତରେ ପ୍ରତି ବର୍ଷ ହାରାହାରି ୧.୫ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି l ଗାଡି, ମୋଟରର ବହୁଳ ବ୍ୟବହାର ଓ ଅସାବଧାନତା ଯୋଗୁଁ ମଣିଷ ଦୁର୍ଘଟଣାର ଶିକାର ହୋଇ ମୂଲ୍ୟବାନ ଜୀବନକୁ ହରାଇ ବସୁଛି l ଗାଁ ଠାରୁ ସହର ସବୁଠି ଗାଡି ମୋଟର ବ୍ୟବହାର ସଂଖ୍ୟା ବଢ଼ି ଯାଇଛି l ବିଭିନ୍ନ କାରଣ ଯୋଗୁଁ ସଡ଼କ ଉପରେ ଜୀବନ କୁ ସୁରକ୍ଷା କରାଯାଇ ପାରୁନାହିଁ l ଏହାର ପ୍ରମୁଖ କାରଣ ହେଲା ଅସାବଧାନତା ଓ ଖାମଖିଆଲିଆ ମନୋଭାବ l ତେବେ ଏ ନେଇ ଖୋର୍ଦ୍ଧା ସହରରେ ମଧ୍ୟ ସଚେତନତା ଅଭିଯାନ ଆରମ୍ବ ହୋଇଯାଇଛି l ଏହି ଉପଲକ୍ଷେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଖୋର୍ଦ୍ଧା ଜ଼ିଲ୍ଲା ପ୍ରଶାସନ ର ସୌଜନ୍ୟତାରେ ଏବଂ ଜିଲ୍ଲା ପ୍ରେସ କ୍ଲବ ଖୋର୍ଦ୍ଧା, ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ଉତ୍କଳ ସାମ୍ବାଦିକ ସଙ୍ଘ, ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଙ୍ଘ ଏବଂ ସାମାଜିକ ଅନୁଷ୍ଠାନ ଜାଗୃତିର ମିଳିତ ସହଯୋଗରେ ସିଗମା ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଭା ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l
ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଅତିରିକ୍ତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠି, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ଅରବିନ୍ଦ ନାୟକ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ, ଯାନ ବାହାନ ନିରୀକ୍ଷକ, ଦେବାଶିଷ ପାଇକରାୟ, ଟ୍ରାଫିକ ସବଇନ୍ସପେକ୍ଟର ତୃପ୍ତିରେଖା ଜେନା, ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ତଥା ଖୋର୍ଦ୍ଧା ପ୍ରେସ କ୍ଲବ ଉପଦେଷ୍ଟା ତପନ କୁମାର ନାୟକ, ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ଉତ୍କଳ ସାମ୍ବାଦିକ ସଙ୍ଘ ଜ଼ିଲ୍ଲା ସଭାପତି ଅବ୍ୟକ୍ତ ହରି ହର ଖାଡ଼ଙ୍ଗା, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜ଼ିଲ୍ଲା ସଭାପତି ପ୍ରକାଶ କୁମାର ହାତୀ, ଜାଗୃତି ଅନୁଷ୍ଠାନର ମୁଖ୍ୟ ପ୍ରଭାତ କୁମାର ପାଣିଗ୍ରାହୀ, ଜ଼ିଲ୍ଲା ପ୍ରେସ କ୍ଲବ ଉପ ସଭାପତି ଲଳିତ ମୋହନ ମହାପାତ୍ର, ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରବୀଣ ଭଞ୍ଜ ଓଡ଼ିଆ ରଞ୍ଜିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା କରାଇଥିଲେ l
ଏହାପରେ ଟିଏଲସି ରାସ୍ତା ନିକଟରେ ବାଇକ ଏବଂ ଚାରି ଚକିଆ ଯାନରେ ବିନା ହେଲମେଟ ଏବଂ ସିଟ ବେଲ୍ଟରେ ଯାତାୟାତ କରୁଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଇଥିଲେ | ଏହି ସଚେତନତା କାର୍ଯ୍ୟକ୍ରମରେ ସିଗମା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସମେତ, ପୁଲିସ ଓ ପରିବହନ ବିଭାଗ କର୍ମଚାରୀ ଏବଂ ପ୍ରାୟ 100ରୁ ଉର୍ଦ୍ଧ୍ୱ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l ଜ଼ିଲ୍ଲା ପ୍ରେସ କ୍ଲବର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରଂଶସା କରାଯାଇଥିଲା l