କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ମଦନପୁର ପଞ୍ଚାୟତର ପଥରପଦା ଗ୍ରାମରେ ପ୍ରଥମ ବାର୍ଷିକ ମା ବାରମାସୀ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ, ଅନ୍ୟତମ ଅତିଥି ପୂର୍ବତନ ଏସବିଆଇ ପରିଚାଳକ ହରିହର ମଲ୍ଲିକ, କ୍ରିଡ଼ାବିତ ବୁଲୁ ପଟ୍ଟନାୟକ, ରସାନନ୍ଦ ମିଶ୍ର ଯୋଗ ଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୪ଟି ଦଳକୁ ନେଇ ଖେଳ ଆରମ୍ଭ ହୋଇଥିବା ବେଳେ ପ୍ରଥମ ସେମି ଫାଇନାଲରେ ଆଦମପୁର ଓ ରାଛିପୁର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଆଦମପୁର ନିର୍ଦ୍ଧାରିତ ୧୬ ଓଭରରେ ୮ ୱିକେଟ ହରାଇ ୧୬୭ ରନ୍ କରିଥିଲେ। ଜବାବରେ ରାଛିପୁର ୭ ୱିକେଟ ହରାଇ ୧୭୧ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ବୈଲୋଚନ ସ୍ୱାଇଁ,ପିଙ୍କନ ଚକ୍ର ମ୍ୟାଚ ପରିଚାଳନା କରିଥିଲେ। ସୁଶାନ୍ତ ଚକ୍ର ପବିତ୍ର ସ୍ୱାଇଁ ଧାରାବିବରଣୀ ଦେଇଥିଲେ। ରମାକାନ୍ତ ସାହୁ, ଚିନ୍ମୟ ନାୟକ ସ୍କୋରର ଥିଲେ। ମା ବାରମାସୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଖେଳକୁ ପରିଚାଳନାରେ ସହଯୋଗ କରିଥିଲେ