ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

ଆନନ୍ଦପୁର ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ର ହଷ୍ଟେଲ ନିର୍ମାଣ କାମ ଅତି ନିମ୍ନ ମାନର ହେଉଥିବା ସମ୍ପର୍କରେ ତତ୍କାଳ ତଦନ୍ତ କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ଅନୁରୋଧ କଲେ ଆନନ୍ଦପୁର ପ୍ରେସ ଫୋରମ୍ ସଭାପତି । ଆଜିର ଶିଶୁ କାଲିର ଭବିଷ୍ୟତ କୁହାଯାଉଥିବା ବେଳେ । ତାଙ୍କ ପାଇଁ ନିର୍ମାଣ ହେଉଥିବା ଏହି ନିମ୍ନ ମାନର ହଷ୍ଟେଲ ରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ କିଭଳି ଭାବେ ଶିଶୁ ମାନଙ୍କ ଜୀବନ ସହ ଖେଳା ଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାକୁ ଗୁରୁତ୍ଵ ଦିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ଏଠି କିଛି ପେଟି କଣ୍ଟାକଟର କୋଟି କୋଟି ଟଙ୍କା ଚଳୁ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏନେଇ ଆନନ୍ଦପୁର ବ୍ଲକରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଫୋରମ୍ ସଭାପତି ଉମେଶ ଚନ୍ଦ୍ର ପାଢ଼ୀ ଏନେଇ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ପେଟି କଣ୍ଟାକଟର, ଓ ନୀରବ ରହିଥିବା ଯନ୍ତ୍ରୀ ମାନଙ୍କ ବିରୋଧରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ଆନନ୍ଦପୁର ବ୍ଲକ୍ ପରିସରରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ଆରକ୍ଷୀ ନୀତିନ କୁଶଲକର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କୁମାର ନାଗଭୂଷଣ, ଆନନ୍ଦପୁର ।

ଉପଜିଲ୍ଲାପାଳ ନୀଳମାଧବ ସୁନା, ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଜିଲ୍ଲା ଓ ବିଭିନ୍ନ ବିଭାଗୀୟ ଉପଖଣ୍ଡସ୍ତରୀୟ ଅଧିକାରୀ ଉପସ୍ଥିତ ରହି ମୋଟ ୧୩୬ଟି ପଞ୍ଜିକୃତ ଅଭିଯୋଗର ଶୁଣାଣି କରିଥିଲେ । ଆବାସ, ଭତ୍ତା ଠାରୁ ଆରମ୍ଭ କରି ସରକାରୀ ସହାୟତା ସହିତ ବିଭିନ୍ନ ସମସ୍ୟାକୁ ନେଇ ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ଲୋକମାନଙ୍କ ଅଭିଯୋଗ ଆଧାରରେ ସମ୍ପୃକ୍ତ ଅଧିକାରୀମାନେ ତୁରନ୍ତ ସମାଧାନ ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆନନ୍ଦପୁର ବିଡିଓଙ୍କ ସଂଯୋଜନାରେ ବ୍ଳକର ସମସ୍ତ କର୍ମଚାରୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପରିକଳ୍ପନାରେ ସହ‌ଯୋଗ କରିଥିଲେ ।