ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ର କାର୍ଯ୍ୟକାରିତା କୁ ନେଇ ସରପଞ୍ଚ ଓ ଓ୍ବାର୍ଡମେମ୍ବର୍ ମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କୁ ବିଭିନ୍ନ ଗ୍ରାମର ଲୋକ ମାନେ ନିଜ ନିଜର ସମସ୍ୟା ନେଇ ଅଭିଯୋଗ କରିଥାନ୍ତି । ଅଭିଯୋଗ ଶୁଣାଣି ର ମଧ୍ୟ ସମସ୍ୟା ସମାଧାନ ର ପ୍ରତିଶୃତି ମିଳିଥାଏ । ଜିଲ୍ଲାପାଳ ବିଭିନ୍ନ ଅଭିଯୋଗ ର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି, ମାତ୍ର ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁ ତାହା କାର୍ଯ୍ୟକାରୀ ହୋଇନଥାଏ । ସେଥିପାଇଁ ବହୁଦୂର ଦୂରାନ୍ତରୁ ଆସିଥିବା ଲୋକମାନେ ନିରାଶ ହେଉଛନ୍ତି । ଏହାକୁ ନେଇ ଚମ୍ପୁଆ ବ୍ଲକ ର ସରପଞ୍ଚ ଓ ମେମ୍ବର ମାନେ ଏଥି ପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ ଙ୍କ ଠାରେ ଫେରାଦ ହୋଇଛନ୍ତି ।