ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ

ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ଯକ୍ଷତାରେ ବରଗଡ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁରେଶ ପୂଜାରୀ, ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଏଥିରେ ଯୋଗଦେଇ ତ୍ରୁଟି ଶୂନ୍ୟ ଭାବରେ ଯେପରି ଚାଷୀମାନଙ୍କର ଧାନ କ୍ରୟ ବିକ୍ରୟ ହୋଇ ପାରିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଅତାବିରା ଅଂଚଳର କିଛି ଚାଷୀମାନଙ୍କ ବିଗତ ବର୍ଷର ଧାନ ବିକ୍ରି ପ୍ରାପ୍ୟ ମିଳିନଥିବାରୁ ସମ୍ମିଳନୀରେ ପାଟିତୁଣ୍ଡ ହେବା ସହ ଉଚିତ ପଦକ୍ଷେପ ପାଇଁ ଚାଷୀମାନଙ୍କ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ବୈଠକରୁ ଚାଷୀଙ୍କୁ କୌଣସି ସୁଫଳ ମିଳିନଥିବା ନେଇ ଅଭିଯୋଗ କରିଥିଲେ ଚାଷୀ ପ୍ରତିନିଧି।

ଟିସ କରି ବିହିତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। ଏଥିସହ ଚାଷୀ ଉପସ୍ଥାପନ କରୁଥିବା ଡାଟା ଅଧାପନ୍ତରିଆ ଥିବା ଓ ବିଭିନ୍ନ ଅଂଚଳର ଚାଷୀଙ୍କ ଭିତରେ ମତ ପାର୍ଥକ୍ୟ ରହିଥିବାରୁ ଆଲୋଚନା ପରେ ତାରିଖ ଧାର୍ଯ୍ୟ କରାଯିବ ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବରଗଡରେ ଧାନ କିଣାରେ ଚଞ୍ଚକତା ନେଇ ଅଭିଯୋଗ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ପ୍ରାଥମିକ ସମବାୟ ସମିତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କ୍ରୟ କରାଯିବ ବୋଲି କୁହାଯାଇଛି। ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ବରଗଡ, ବିଧାୟକଙ୍କ ପ୍ରତିନିଧିଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଚାଷୀ ପ୍ରତିନିଧିମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *