ଜିପସମ୍ ପରିବହନରେ ସାମିଲ ହେବ ପାରାଦ୍ଵୀପର ତିନୋଟି ଟ୍ରକ୍ ମାଲିକ ସଙ୍ଘ | ଗତ ୪ ବର୍ଷ ହେଲା ଏହି ଜିପସମ୍ ପରିବହନ ଭଡ଼ାକୁ ନେଇ ବିବାଦ ଲାଗିରହିଥିବା ବେଳେ ବାହାର ଗାଡ଼ି ଦ୍ବାରା ପରିବହନ ଚାଲିଥିଲା |
ଗୁରୁବାର ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ବୈଠକରେ ପାରାଦ୍ଵୀପର ଲୋକାଲ ହାଇଓ୍ବା ସଙ୍ଘ, ମିଳିତ ଟ୍ରକ୍ ମାଲିକ ସଙ୍ଘ, ଇଫକୋ ସାର କାରଖାନାର ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା |
ଏଥିରେ ମିଳିତ ଟ୍ରକ୍ ସଂଘ (ଜେସିସି)ର ସହଯୋଗରେ ଜିପସମ୍ ପରିବହନ କରାଯିବ, ଏହି ପରିବହନରେ ଲୋକାଲ ହାଇଓ୍ବା, ତିନୋଟି ଟ୍ରକ୍ ସଂଘର ଗାଡ଼ି ଓ ପୂର୍ବରୁ ପରିବହନରେ ନିୟୋଜିତ ଥିବା ସଂଗଠନର ଗାଡ଼ି ଜିପସମ୍ ପରିବହନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି |
ଫଳରେ ଦୀର୍ଘ ୪ ବର୍ଷ ହେଲା ଏହି ପରିବହନକୁ ନେଇ ଲାଗିରହିଥିବା ବିବାଦର ଅନ୍ତ ଘଟିଛି | ଏହି ନିଷ୍ପତ୍ତି ଯୋଗୁଁ ଟ୍ରକ୍ ମାଲିକ ମାନେ ଖୁସି ବ୍ୟକ୍ତ କରିଛନ୍ତି |