ଜାଲ ସାର୍ଟିଫିକେଟ ଦ୍ୱାରା ଚାକିରୀ ଘଟଣାର ପର୍ଦାଫାଶ କଲେ ବରଗଡ଼ SDPO

ଜିଲ୍ଲାରେ ଜାଲ ସାର୍ଟିଫିକେଟ ଦ୍ୱାରା ଚାକିରୀ କରୁଥିବା ଘଟଣାର ପର୍ଦାଫାଶ କରିଛନ୍ତି ବରଗଡ଼ SDPO। ଏନେଇ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି । ଜାଲ ଜାତିଗତ ପ୍ରମାଣ ପତ୍ର ତିଆରି କରି ୫ ଜଣ ବ୍ୟକ୍ତି ଙ୍କୁ ଭଟଲି ପୋଲିସ ଗିରଫ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଚାଲିଛି । ଉତ୍ତର ପ୍ରଦେଶ ରାଜ୍ୟ ରୁ ଭଟଲିକୁ ଆସି ୩ ଯୁବକ ନକଲି ଜାତିଗତ ପ୍ରମାଣପତ୍ର ତିଆରି କରିଥିଲେ ।ପରେ ଜାତିଗତ ପ୍ରମାଣ ପତ୍ର ନେଇ ଚାକିରୀ ପାଇଁ ଆବେଦନ ବେଳେ ଧରାପଡିଲେ । ଭଟଲି ଥାନାରେ ଜଣେ ଆର .ଆଇ, ଓ ସରପଞ୍ଚ ଙ୍କ ସମେତ ମୋଟ ୫ ଜଣ ଙ୍କୁ ଅଟକ ରଖିଛି ପୋଲିସ ।ଏହି ଜାଲ ଜାତିଗତ ପ୍ରମାଣ ପତ୍ର କରବାରରେ ଲିପ୍ତଥିବା ଉତ୍ତର ପ୍ରଦେଶର ବିରପାଳ ସିଂ, ବବ୍ଲେସ କୁମାର, ରବିକାନ୍ତ,ଭଟଲି ତହସିଲ ଅନ୍ତର୍ଗତ ସୁକୁଡା ଆରଆଇ ସନ୍ଦୀପ କୁମାର ଶତପଥି ଓ ଡ଼ୁମେଲପାଳିର ସରପଞ୍ଚ ମନୋରଞ୍ଜନ ଦୋରାକୁ ପୋଲିସ ଗିରଫ କରିବା ସହ ଅଧିକ ତଦନ୍ତ ଜାରିରଖିଥିବା ନେଇ ସୂଚନା ଦେଇଛନ୍ତି ବରଗଡ SDPO |

Leave a Reply

Your email address will not be published. Required fields are marked *