ଜାମ୍ମୁ କାଶ୍ମୀର ବାରାମୁଲ୍ଲା ରାଜପଥରେ ସନ୍ଦିଗ୍ଧ ଜିନିଷ ଜବତ

ଜାମ୍ମୁ କାଶ୍ମୀର ବାରାମୁଲ୍ଲା-ହ୍ୟାଣ୍ଡୱାରା ରାଜପଥରେ ସନ୍ଦିଗ୍ଧ ଜିନିଷ ଜବତ ହୋଇଛି। ଏହାପରେ ଉକ୍ତ ମାର୍ଗରେ ଯାତାୟତ ବନ୍ଦ ରଖାଯାଇଥିଲା।
ସୂଚନା ଅନୁଯାୟୀ, ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ବାରାମୁଲ୍ଲା-ହ୍ୟାଣ୍ଡୱାରା ରାଜପଥରେ ସେନାର ରୋଡ୍ ଓପନିଂ ପାର୍ଟି (ଆରଓପି) ସନ୍ଦିଗ୍ଧ ଜିନିଷ ଜବତ କରିଛନ୍ତି। ଏହି କାରଣରୁ ଏହି ରାସ୍ତାରେ ଯାତାୟାତ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଏହା ପରେ ତୁରନ୍ତ ଘଟଣାସ୍ଥଳକୁ ବୋମା ନିଷ୍କ୍ରିୟ ସ୍କ୍ୱାର୍ଡକୁ ଡକାଯାଇଥିଲା। ଘଟଣାର ତଲାସି ଅଭିଯାନ ସହ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *