ଜହ୍ନି କିଆରି ଉଜାଡି ଦେଲା ଦୁର୍ବୃତ୍ତ, ଲୋକନାଥଙ୍କ ଦ୍ବାରସ୍ଥ ଚାଷୀ

ଚାଷୀ କେତେ ପରିଶ୍ରମ କରି ଜହ୍ନି ଚାଷ କରିଥିଲେ। ଜହ୍ନି ଫଳ ଧରିଥିଲା। ଯିଏ କିଆରିକୁ ଦେଖିଲେ ଲୋଭରେ ଘଡିଏ ଚାହିଁ ରହୁଥିଲେ. ହେଲେ ସବୁ ପରିଶ୍ରମକୁ କେହି ଦୁର୍ବୃତ୍ତ ପାଣିରେ ମିଶାଇ ଦେଇଛି। କିଆରିକୁ ଉଜାଡି ଦେଇ ଯାଇଛି। କିଏ ଏପରି କରିଛି ତାର ଟେର ପାଉନି ଚାଷୀ ବିଚରା। ଗାଁରେ ସମସ୍ତଙ୍କ ପଚାରିବା ପରେ କିଛି ଫଳ ନ ମିଳିବାରୁ ଭଗବାନଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗାଁର ସମସ୍ତ ଲୋକଙ୍କୁ ଧରି ଠାକୁରଙ୍କ ପ୍ରସାଦ ଛୁଆଁଇ ଶପଥ କରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ପାରାଦୀପରେ। ପାରାଦ୍ଵୀପ କୁଜଙ୍ଗ ଥାନା ଜିଲ୍ଲାନାସୀ ପଞ୍ଚାୟତ ବରିହାଡିଆ ଗ୍ରାମର ଘଟଣା । ୧୫ ଗୁଣ୍ଠ ଜମିରେ ଜହ୍ନି ଚାଷ କରିଥିଲେ ପ୍ରମୋଦ ପରିଡା। ସେଥିରେ ଜହ୍ନି ଫଳ ମଧ୍ଯ ହୋଇଥିଲା। ମାତ୍ର ଗତ ରବିବାର ରାତିରେ କେହି ଦୁର୍ବୁତ୍ତ ପ୍ରମୋଦ ଙ୍କ ଜମିରେ ପଶି ଜହ୍ନି ତୋଳି ନେବା ସହିତ ୧୫ ଗୁଣ୍ଠ ଜମିର ସମସ୍ତ ଗଛ ଉପାଡି ଦେଇଥିଲା। ପ୍ରମୋଦ ଏହି ମାମଲାରେ ଥାନାକୁ ନ ଯାଇ ପାରାଦୀପ ଗଡ ଲୋକନାଥ ମନ୍ଦିରରେ ଗ୍ରାମର ୧୪୫ ପରିବାରର ପ୍ରତିନିଧିଙ୍କୁ ନେଇ ଯାଇଥିଲେ। ଲୋକନାଥ ମନ୍ଦିର ରେ ପୂଜାପାଠ କରାଯିବା ପରେ ଭୋଗ ଥାଳି ଧରି ଜଣକ ପରେ ଜଣେ ଶପଥପାଠ କରିଥିଲେ। ମୁଁ କିମ୍ବା ମୋ ପରିବାର ର କେହି ପ୍ରମୋଦ ପରିଡାଙ୍କ ଜମିର ଜହ୍ନି ଗଛ ଉପାଡି ନାହୁଁ, ଯଦି ଉପାଡି ଥିବୁ ,ତେବେ ପ୍ରଭୁ ଲୋକନାଥ ତାହାର ବିଚାର କରିବେ। ସକାଳୁ ମନ୍ଦିରକୁ ଆସିଥିବା ଗ୍ରାମବାସୀମାନେ ଠାକୁରଙ୍କୁ ସାକ୍ଷୀ ରଖି ଶପଥ କରି ସନ୍ଧ୍ୟା ରେ ଘରକୁ ଫେରିଥିଲେ।

ନଷ୍ଟ ହୋଇଥିବା ଫସଲ ପାଖାପାଖି ଦେଢଲକ୍ଷ ଟଙ୍କା ବ୍ୟବସାୟ ହୋଇଥାନ୍ତା ବୋଲି ସୂଚନା ମିଳିଛି। ତେବେ ଆଜି ମଧ୍ୟ ଲୋକଙ୍କ ଭିତରେ ଭଗବାନଙ୍କ ପ୍ରତି ବିଶ୍ବାସ ରହୁଥିବା ଅନେକ କହୁଥିବା ବେଳେ ଅନେକ କହୁଛନ୍ତି ଏହା ଅନ୍ଧ ବିଶ୍ବାସର ପରିଣାମ।

୧୫ ଗୁଣ୍ଠ ଜମିରେ ଚାଷ ହୋଇଥିବା ଜହ୍ନି ଚାଷ ନଷ୍ଟ । ଜଗତସିଂହପୁର କୁଜଙ୍ଗ ଥାନା ଜିଲ୍ଲାନାସୀ ପଞ୍ଚାୟତ ବରିହାଡିଆ ଗ୍ରାମର ପ୍ରମୋଦ ପରିଡାଙ୍କ ବାଡିରେ ପଶି କେହି ଦୁର୍ବୁତ୍ତ ଜହ୍ନି ତୋଳିନେବା ସହିତ ୧୫ ଗୁଣ୍ଠ ଜମିର ସମସ୍ତ ଗଛ ଉପାଡି ଦେଇଥିବା ଅଭିଯୋଗ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *