ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ

ଡ. ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ଦିଆଯାଇଛି। ଅକ୍ଟୋବର ୪ ତାରିଖରେ ସେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ବୋଲ ସୂଚନା ମିଳିଛି। ନୂତନ ଦାୟିତ୍ବ ନେଇ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଡ ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଧୀନ ପାନ୍ତିଖରିଶାସନରେ ଜନ୍ମଗ୍ରହଣ କରିଥିଲେ। ସେ ଭୁବନେଶ୍ୱର ବିଜେବିରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ। ଏହା ପରେ ସେ କଟକସ୍ଥିତ ତତ୍‌କାଳୀନ ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟରୁ ଏଲଏଲ୍‌ବି ଓ ଏଲଏଲଏମ୍‌ ପାଠ ପଢ଼ିଥିଲେ। ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିଲେ। ୧୯୮୫ରେ ସେ ବାର୍‌ ଆସୋସିଏସନରେ ଯୋଗଦେଇ ନିୟମିତ ଭାବେ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆଇନ ଅଭ୍ୟାସ କରିଥିଲେ।

Leave a Reply

Your email address will not be published. Required fields are marked *