ଜଳଧରପୁର ଗାଁରେ ଅଗ୍ନିକାଣ୍ଡ, ବାଇକ ସହିତ ଜଳିଗଲା ଦୁଇ ବଖରା ଘର

ଚାହୁଁଚାହୁଁ ଜଳିଗଲା ଦୁଇ ବଖରା ଘର । ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡି ପାଉଁଶ । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳଧରପୁର ଗ୍ରାମରେ । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଜଳଧରପୁର ଗ୍ରାମର ଜଗନ୍ନାଥ ନାୟକଙ୍କ ଘରେ ଇଲେଟ୍ରିକ ସଟ୍ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ପରେ ଏହି ନିଆଁ ଅଧିକ ବ୍ୟାପିବା କାରଣରୁ ଘରେ ଥିବା ଏକ ଦୁଇ ଚକିଆ ଗ୍ଲାମର ବାଇକରେ ମଧ୍ୟ ନିଆଁ ଲାଗିଯାଇଥିଲା । ଯାହାଫଳରେ ବାଇକ ଟାଙ୍କି ଫାଟିଯିବାରୁ ନିଆଁ ସଙ୍ଗେସଙ୍ଗ ଚାରିଆଡକୁ ବ୍ୟାପିଯାଇଥିଲା । ଯାହା ଫଳରେ ଘରେ ଥିବା ସୁନା ଅଳଙ୍କାର ଓ କିଛି ନଗଦ ଟଙ୍କା ସହିତ ଅତ୍ଯାବଶ୍ୟକ କାଗଜପତ୍ର ପୋଡି ପାଉଁଶ ହୋଇଯାଇଥିଲା । ନିଆଁ ଅଣଆୟତ୍ତ ହେବାରୁ ସ୍ଥାନୀୟ ଲୋକେ ଚାନ୍ଦବାଲି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଚାନ୍ଦବାଲି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *