ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସଭା ଗୃହରେ ସୋମବାର ଅନୁଷ୍ଠିତ ମିଳିତ ଜନ ଶୁଣାଣି ଶିବର ରେ ମୋଟ ଦୁଇ ଶହ ନଅ(୨୦୯) ଟି ଅଭିଯୋଗ ଶୁଣାଣି ହୋଇଥିବା ସୂଚନା ମିଳିଛି।ଏହି ଜନ ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସୁଧିରଞ୍ଜନ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ ମହାପାତ୍ର ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପାନୀୟ ଜଳ, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା , ଗ୍ରାମ୍ୟ ରାସ୍ତା ନିର୍ମାଣ ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗ ରେ ଲୋକମାନଙ୍କର ଅଭିଯୋଗ ହସ୍ତଗତ ହୋଇଥିଲା।
ତେବେ ରାସନ ସାମଗ୍ରୀ ପାଇଁ ଦୂରରେ ଥିବା ଡିଲର ପଏଣ୍ଟ କୁ ଯିବାରେ ବହୁ ଅସୁବିଧା ହେଉଥିବାରୁ ଗୋପୀନାଥପୁର ପଞ୍ଚାୟତ ର ଶତାଧିକ ହିତାଧିକାରୀ ଗତ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ନହେବାରୁ ହିତାଧିକାରୀ ମାନେ ପୁନର୍ବାର ଆଜି ଜିଲ୍ଲାପାଳ ଙ୍କୁ ଭେଟି ସମସ୍ୟା ର ସମାଧାନ କରିବା ପାଇଁ ଦାବୀ କରିଥିଲେ l
ସେହିପରି ଚାନ୍ଦବାଲି ବ୍ଲକ ର ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଉଛି ଚୋରା ମଦ କାରବାର, ଅବକାରୀ ବିଭାଗ ଓ ଚୋରା ମଦ ବେପାରୀ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରି ଚାନ୍ଦବାଲି ଅଞ୍ଚଳରୁ ସମ୍ପୂର୍ଣ ଭାବେ ଚୋରା ମଦ କୁ ବନ୍ଦ କରିବା ପାଇଁ ଏସପି ଓ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି ଥିବା ସୂଚନା ମିଳିଛି l
ଟ୍ରାଇସାଇକେଲ ୫ ଜଣକୁ ମିଳିଥିବାବେଳେ,ଶ୍ରବଣ ଜନ୍ତ୍ର ୪ ଜଣ,ବିଧବା ଭତ୍ତା ୮ ଜଣ, ଭିନ୍ନକ୍ଷମ ଭତ୍ତା ୨ଜଣ ଙ୍କୁ ଭଦ୍ରକ ଜିଲ୍ଲା ପାଳ ଓ ଭଦ୍ରକ ଆରକ୍ଷୀ ଅଧିକ୍ଷକ ବଣ୍ଟନ କରିଥିବା ସୂଚନା ମିଳିଛି।