କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲ୍କାକା ଯୋଗ ଦେଇ ନିଜ ଅଭିଭାଷଣରେ ଜଙ୍ଗଲକୁ ସୁରକ୍ଷା ଦିଆଯିବ, ତାହାର ସଚେତନତା ଆବଶ୍ୟକ ଥିବା ବେଳେ ବିଦେଶରେ କିଛି ଦିନ ତଳେ ଆମେରିକା ଲୋସ୍ ଏନଜେଲସରେ ଅଗ୍ନିକାଣ୍ଡ ଘଟି ଅନେକ କ୍ଷୟକ୍ଷତି ହୋଇଥିବାର ଉଦାହରଣ ଦେଇଥିଲେ। ବନାଞ୍ଚଳ ତରଫରୁ ହୋଇଥିବା ସଚେତନତା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇଥିଲେ।








ମୁଖ୍ୟ ଭକ୍ତା ଭାବେ ଯୋଗଦେଇ ଥିବା ଅନ୍ୟତମ ଅତିଥି ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ଯୋଗ ଦେଇ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପରେ କହିବା ସହ ଜଙ୍ଗଲଜାତ ଦ୍ରବ୍ୟ ଆଦି ସୁରକ୍ଷା ଉପରେ ମତ ଦେଇଥିଲେ। ଉପସ୍ଥିତ ଅନ୍ୟତମ ଅତିଥି ମଧ୍ୟରେ ସେମିଳିଗୁଡା ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ,ଏଫି ଇ ଏ ସ୍ ନିର୍ଦ୍ଦେଶକ ପ୍ରଦୀପ ମିଶ୍ର, ଆୟୁର୍ବେଦିକ ଚିକିତ୍ସାକ ହରି ପାଙ୍ଗି, ବନଖଣ୍ଡ ଅଧିକାରୀ ତ୍ରିପତି ପଣ୍ଡା, ହାଲ ବିସ୍ଥାପିତ ସଙ୍ଘର ସଭାପତି ତ୍ରିଲୋଚନ ମୁଦୁଲି ସମ୍ମୁଖରେ ବସିଥିବା ଜନସାଧାରଣଙ୍କୁ ଜଙ୍ଗଲ ନିଆଁ ନିବାରଣ ଉପରେ ସଚେତନ କରିଥିଲେ।
ଅତିଥି ମାନଙ୍କ ଦ୍ବାରା କିଟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସେମିଳିଗୁଡା ବନଖଣ୍ଡ ଅଧିକାରୀ ତ୍ରିପତି ପଣ୍ଡାଙ୍କ ଦ୍ବାରା ଜଙ୍ଗଲ ସୁରକ୍ଷା ନିମନ୍ତେ ପାଞ୍ଚ ମିନିଟର ଶପଥ ପାଠ କରାଯାଇଥିଲା। ଲଷ୍ମୀ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ନିରଞ୍ଜନ ଶତପଥୀ,ଗୋପୀନାଥ ପାଙ୍ଗି, ଏ ସ୍ କେ ସେଠୀ, ଏ ସ୍ କେ ବିଶ୍ୱାଳ, ଏ ସ୍ କେ ପାଣିଗ୍ରାହୀ, ଏବଂ ବନାଞ୍ଚଳ ଅଧିକାରୀ ବିଭାଗର କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହ ଯୋଗ ଦେଇଥିଲେ। ଏହି ଅବସରରେ ସେମିଳିଗୁଡା, ପଟାଙ୍ଗି ନନ୍ଦପୁର ବ୍ଲକର ଶତାଧିକ ଲୋକ ଯୋଗ ଦେଇଥିଲେ। ପରିଶେଷରେ ତ୍ରିପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।