ଆନନ୍ଦପୁର ଉପଖଣ୍ଡ ଶୈଲଙ୍କ ସ୍ଥିତ ମା’ ତାରିଣୀ ନର୍ସିଂ କଲେଜ ର ସୁସ୍ଥ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଖାଦ୍ୟ ପ୍ରଦର୍ଶନୀ ରେ ୨୦ ରୁ ଉର୍ଦ୍ଧ୍ବ ଷ୍ଟଲ ହୋଇଥିଲା । ଏହି ଖାଦ୍ୟ ପ୍ରଦର୍ଶନୀ ରେ ୫୦ ରୁ ଉର୍ଦ୍ଧ୍ଵ ଖାଦ୍ୟ ଛାତ୍ରଛାତ୍ରୀ ମାନେ ନିଜେ ପ୍ରସ୍ତୁତ କରି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ । ଏହି ଖାଦ୍ୟ ପ୍ରଦର୍ଶନୀ କୁ ସମାଜ ସେବୀ ବୁଲୁ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ଖାଦ୍ୟ ପ୍ରଦର୍ଶନୀ ରେ ସାମ୍ବାଦିକ ଅବିନାଶ ଶତପଥୀ ,ନର୍ସିଂ କଲେଜ ର ପରିଚାଳନା କମିଟିର ଅଧ୍ୟକ୍ଷ ଚନ୍ଦ୍ର ଶେଖର ନାୟକ ଓ କଲେଜ ର ଅଧ୍ୟକ୍ଷ ରଞ୍ଜନ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜ ପ୍ରଶାସନିକ ଅଧିକାରୀ ବୈକୁଣ୍ଠ କୁମାର ଜେନା , ଓ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।