ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତିର ୧୦ତମ ସ୍ଵତନ୍ତ୍ର ସମିତି ବୈଠକ କିରଣ କୁମାରୀ ଦାସ ଅଧକ୍ଷତାରେ ବ୍ଳକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୁପେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ସାଂସଦଙ୍କ ପ୍ରତିନିଧି ଯୋଗଦେଇ ମିଳିମିଶି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ଉପାଧକ୍ଷ ଏସ.ସାରଦା ରେଡ୍ଡୀ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନି ମଞ୍ଚାସିନ ଥିଲେ । ବ୍ଲକ୍ ଜିପିଡିଓ ବିଳାସିନୀ ସେନାପତି ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ,ସାଂସଦଙ୍କ ପ୍ରତିନିଧି ସନ୍ତୋଷ କୁମାର ରେଡ୍ଡୀ ,ଅଧ୍ୟକ୍ଷା, କିରଣି କୁମାରୀ ଦାସ ,ଉପାଧ୍ୟକ୍ଷା ଏସ ସାରଦା ରେଡ୍ଡୀ ,ବିଡିଓଙ୍କୁ ବ୍ଲକ୍ ତରଫରୁ ସମ୍ବର୍ଦ୍ଧନା ଦେବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।





ପୂର୍ବ ପଞ୍ଚାୟତ ଅଧିବେଶନ ରେ ଯେଉଁ ଭଳି ଭାବେ ସମସ୍ତ ଅଧିକାରୀ ମାନେ ଏହି ବୈଠକ ରେ ଅନୁପସ୍ଥିତ ଥିଲେ ହେଲେ ଆଜି ସମସ୍ତ ଅଧିକାରୀ ମାନେ ଦଶମ ଅଧିବେଶନ ବୈଠକ ରେ ଉପସ୍ଥିତ ଥିଲେ। ଆଜି ଅଧିବେଶନ ଆରମ୍ଭ ରୁ PWD ଓ RD ଏବଂ ସମସ୍ତ ଲାଇନ୍ ଅଧିକାରୀ ମାନଙ୍କୁ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ତାଗିଦ୍ କରିବା ପରେ ଏବେ ସମସ୍ତେ କାମ ଆରମ୍ଭ କରିବେ ବୋଲି ଆଜି ଉପସ୍ଥାପନ କରିଛନ୍ତି । ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଅଭିଯୋଗ କ୍ରମେ ବିଧାୟକ ନିଜେ କହିଛନ୍ତି ମିଳିମିଶି କାମ କରିବା ଏବଂ ଲୋକଙ୍କ ସମସ୍ୟା ବୁଝିବା ବୋଲି ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କୁ କହିଛନ୍ତି । ନିର୍ବାଚିତ ପ୍ରତିନଧିଙ୍କ ପଦ ମର୍ଯ୍ୟାଦା ଯେତେ ବଢିବ ସେତେ ଗଣତନ୍ତ୍ର ସୁଦୃଢ ହୋଇ ପାରିବ । ସମସ୍ତଙ୍କ ସହଯୋଗରେ ଛତ୍ରପୁର ବ୍ଲକ ଏକ ଆଦର୍ଶ ବ୍ଲକ ହେବ ବୋଲି ବିଧାୟକ କହିଥିଲେ । ଏହି ବୈଠକରେ ସରପଞ୍ଚ,ସମିତିସଭ୍ୟ ,ସଭ୍ୟା ଓ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟାଙ୍କ ସମେତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ଉପସ୍ଥିତ ଥିଲେ ।