ଛତ୍ରପୁରରେ ଗର୍ଜିଲେ ଆଶାକର୍ମୀ

ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ଆଶା କର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଶା କର୍ମୀଙ୍କୁ ମାସିକ ୧୮ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ, ଇଏସଆଇରେ ଅନ୍ତର୍ଭୁକ୍ତ ସହ ସାମାଜିକ ସୁରକ୍ଷା ବାବଦରେ ପେନସନ୍, ଡ୍ୟୁଟିରେ ଥିବା ସମୟରେ ଦୁର୍ଘଟଣାରେ ଆଶା କର୍ମୀଙ୍କ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ଯୋଗ୍ୟତା ଅନୁସାରେ ଆଶାକର୍ମୀଙ୍କୁ ଏନଏଏମ ଭାବେ ନିଯୁକ୍ତି ଆଦି ଦାବି କରିଥିଲେ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ରେଣୁବାଳା ସାହୁ, ସମ୍ପାଦିକା ବବିତା ରାଉଳ, ଜିଲ୍ଲା ପ୍ରଭାରୀ କୁମୁଦିନୀ ପ୍ରଧାନ, ରାଜ୍ୟ ବିଏମଏସ କାର୍ଯ୍ୟକାରୀ କମିଟି ସଭ୍ୟ ଲିଙ୍ଗରାଜ ସାହୁଙ୍କ ସହ ପ୍ରମୁଖ ବ୍ୟକ୍ତି ସାମିଲ ଥିଲେ ।