ଚୋରି ହୋଇଥିବା ବୋଲେରୋ ଜବତ, ଜଣେ ଗିରଫ

ଗତ ୭ତାରିଖ ଦିନ କେନ୍ଦୁଝର ଟାଉନ ଥାନା ନିକଟ ଜଗନ୍ନାଥପୁର ଛକରୁ ଦିନ ଦିପ୍ରହରରେ ଏକ ବାଲେରୋ (OD-35-G-3055) ଗାଡି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଟାଉନ ପୋଲିସ ଆଖ ପାଖ ସିସିଟିଭି ଯାଞ୍ଚ କରିବାପରେ ଜାଣିବାକୁ ପାଇଥିଲା ଗାଡିଟି କଲିକତା ଅଭିମୁଖେ ଯାଇଛି । ତାପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବାକୁ କଲିକତା ଅଭିମୁଖେ ଯାଇଥିଲା । କଲିକତା ରାସ୍ତାରେ ଯିବାବେଳେ ବିଭିନ୍ନ ଟୋଲଗେଟ ର ସିସିଟିଭି ପୁଟେଜ କୁ ଆଧାରକରି ପୋଲିସ କଲିକତାର ଶେଖ ପଡା ରେ ପହଞ୍ଚି ଥିଲା । ଶେଖ ପଡ଼ାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେନ୍ଦୁଝର ରୁ ଚୋରି ହୋଇଥିବା ବୋଲେର କୁ ପାଇଥିଲେ । ସେଠାରେ ପୋଲିସ ଜାଣିବାକୁ ପାଇଥିଲା ସେଯାଦ ଅଲ୍ଲୀ ନାମକ ଜଣେ ଯୁବକ ଏହି ଗାଡିଟିକୁ ଆଣି ବିକ୍ରୀ କରିବା ଉଦେଶ୍ୟ ରେ ଚୋରି କରିଥିଲା । ଏଣୁ ପୋଲିସ ଉକ୍ତ ବୋଲେରୋ କୁ ଜବତ କରିବା ସହିତ ସେଯାଦ ଅଲ୍ଲୀ କୁ ଗିରଫ କରିବା ରେ ସଫଳ ହୋଇଛି । ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଅଭିଯୁକ୍ତ ସେଯାଦ ଅଲ୍ଲୀ ଓଳା ଉବେର ଟେକ୍ସି ଗାଡି ଚଲାଉଥିଲା । ଏଣୁ ଗାଡି ଚୋରୀ ଉଦେଶ୍ୟ ରେ ସେ ୫ତାରିଖ ଦିନ ଏକ ଭଡା ଗାଡି ଯୋଗେ କେନ୍ଦୁଝର ଆସିଥିଲା । ପ୍ରଥମେ ଯୋଡ଼ା ରେ ରହିବାପରେ ତାପର ଦିନ କେନ୍ଦୁଝର ଆସି ଜଗନ୍ନାଥପୁର ଛକ ନିକଟରୁ ଉକ୍ତ ବୋଲେରୋ ଟିକୁ ଚୋରି କରିଥିଲା । ଆଉ ଏହି ବୋଲେରୋ ଟିର ନମ୍ବର ବଦଳାଇ (WB-29B-5055) କରି ଚଲାଉଥିଲା । ଗାଡିଟିକୁ ଜବତ କରିବା ପରେ ଗାଡ଼ିରୁ ନକଲି ନମ୍ବର ପ୍ଲେଟ,ପୋଲିସ ଲେଖା ଥିବା ଷ୍ଟିକର , ସ୍କୃଡାଇଭର, ଏକ ମୋବାଇଲ ସହିତ କିଛି ନଗଦ ଟଙ୍କା ଓ ଚୋରି ପାଇଁ ଆସିଥିବା ଓଳା ଉବେର ଟେକ୍ସି ଗାଡିକୁ ଜବତ କରିଛି ପୋଲିସ । ଏଥିସହ ଆଜି ଅଭିଯୁକ୍ତ କୁ ପୋଲିସ କୋଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *