ଚୋରା ମାଙ୍ଗାନିଜ ଉତ୍ତୋଳନ ବେଳେ ଅଘଟଣ, ଚାଲିଗଲା ୩ ଜୀବନ

ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ଜୀବନ ।ମାଟି ତଳେ ଚାପି ହୋଇ ୩ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବିଛାକୁଣ୍ଡୀ ଦଲ ପାହାଡ ନିକଟରେ । ମାଟି ଅତଡ଼ା ଖସିବାରୁ ତିନି ଜଣଙ୍କ ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ ମାଙ୍ଗାନିଜ ଚୋରା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଛି ।ସ୍ଥାନୀୟ ଅଞ୍ଚଳର କିଛି ଯୁବକ ରାତ୍ରିର ଅନ୍ଧକାରରେ ଏକାଠି ହୋଇ ଲୁହାପଥର ଚୋରି ନିମନ୍ତେ ଉକ୍ତ ସ୍ଥାନକୁ ଯାଇଥିଲେ।ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଖସି ପଡ଼ିଥିଲା । ତିନି ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ । ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।ତେବେ ବର୍ଷା ଓ ଅନ୍ଧାର ଯୋଗୁଁ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଥିଲା । ଦୀର୍ଘ ୬ ଘଣ୍ଟା ପରେ ୩ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ଯୋଡା ପୋଲିସ ଓ ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।