ଚେରଖଣ୍ଡି ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଂଚାୟତ ଅନ୍ତର୍ଗତ ଚେରଖଣ୍ଡି ଗ୍ରାମରେ ଆଜି ବିଶ୍ୱକଲ୍ୟାଣ ନିମିତ୍ତ ଏକ ବିଶ୍ଵାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ 7 ଘଟିକା ସମୟରେ ନାମ ସଂକୀର୍ତ୍ତନ ହରିବୋଲ ହୁଳହୁଳି ଶବ୍ଦର ତାଳେ ତାଳେ ନଗର ପରିକ୍ରମା କରି ନାଳରୁ ଗଙ୍ଗାମାତାଙ୍କୁ ନିମନ୍ତ୍ରିତ କରି କଳସୀ ଯାତ୍ରା ମାଧ୍ୟମରେ ଯଜ୍ଞ ମଣ୍ଡପକୁ ବିରାଜମାନ କରିଥିଲେ | ଯଜ୍ଞ ଆରମ୍ଭ ହୋଇଥିବା ବେଳେ, ଆମ୍ବଶରମୁଣ୍ଡା ପଂଚାୟତର ପ୍ରାୟ 15ଟି ମହିଳା ଓ ପୁରୁଷ ସଂକୀର୍ତନ ମଣ୍ଡଳୀ ଯୋଗ ଦେଇ ନିଜ ନିଜର ଅଭିଜ୍ଞତା ଅନୁସାରେ ସଂକୀର୍ତ୍ତନ କଳା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି |

ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷାଗ୍ରହଣ କରି ଅରୁଆ ଅନ୍ନ ସେବନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ବାବୁଲି କୁମାର ଦେହୁରୀ, ସମ୍ପାଦକ ଧନେଶ୍ୱର ଦେହୁରୀ, ସଭ୍ୟଶ୍ରୀ ଦିବାକର ଦେହୁରୀ, କ୍ଷୀରୋଦ କୁମାର ଦେହୁରୀ, ନବୀନ ନାୟକ, ସୁରେଶ ମହାଖୁଡ଼, ଗଣେଶ୍ୱର ସେଠି, ରମାକାନ୍ତ ନାୟକ, କୈଳାସ ଚନ୍ଦ୍ର ମହାଖୁଡ଼, ବିରେନ ମହାଖୁଡ଼, ପିଣ୍ଟୁ ଗହୀର, ଲିଟୁ ପ୍ରଧାନ, ସୁଦର୍ଶନ ମାଝୀ ସମେତ ଗ୍ରାମର ସମସ୍ତ ଜନସାଧାରଣଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି |