
ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍.ପି ସିଦ୍ଧାର୍ଥ କଟରିଆ, ଗୋଷ୍ଠି ଉନ୍ନୟନ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା ପ୍ରମୁଖ ଉପସ୍ଥିତ ରହି ମୋଟ୍ ୭୬ଟି ପିଟିସନ ଗ୍ରହଣ କରିଛନ୍ତି। ସେଥିରୁ ୬୯ଟି ପିଟିସନ ବ୍ୟକ୍ତିଗତ ଥିବା ବେଳେ ୩ଟି ପିଟିସନ ଗ୍ରାମ ସମ୍ବନ୍ଧୀୟ ଅସୁବିଧାକୁ ନେଇ ।
ଗୋଟିଏ ପିଟିସନ ଉପରେ ରେଡକ୍ରସ୍ ପକ୍ଷରୁ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ତିନିଟି ପିଟିସନର ସମାଧାନ କରାଯାଇଛି। ଅଭିଯୋଗକାରୀମାନେ ଶାନ୍ତି ଶୃଙ୍ଖଳାର ସହ ନିଜ ନିଜର ପିଟିସନ ଦାୟର କରିଥିବାର ଦେଖିବାକୁ ମିଳିଛି। ଜନ ଶୁଣାଣି ପରେ ଚିଲିକା ବ୍ଲକ ମିଶନ ଶକ୍ତି ପକ୍ଷରୁ ଏକ କାଫେ ଉନ୍ମୋଚନ ହୋଇଛି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହାର ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ମିଶନ ଶକ୍ତି ମହାସଂଘର ସଭାପତି,ସମ୍ପାଦକ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।