ଚିଲିକାରେ ଚାଲିଛି ବିନା ଲାଇଫ ଜ୍ୟାକେଟ୍ ରେ ବୋଟ୍ ରେ ଯାତ୍ରା

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଚିଲିକା କୂଳରେ ଅବସ୍ଥିତ ବେସରକାରୀ କାଳିଜାଇ ମଟର ବୋଟ ଆସୋସିଏସନ ଏବଂ ସରକାରୀ ବନ୍ଦର ଅନ୍ତର୍ଦେଶୀୟ ଜଳପଥ ପରିବହନ । ତେବେ ଏହି ବୋଟରେ ଯାତ୍ରା କରିବା ପାଇଁ ନାହିଁ ଲାଇଫ ଜ୍ୟାକେଟ୍ । ଫଳରେ ବିନା ଲାଇଫ୍ ଜ୍ୟାକେଟରେ ବିପଦ ସଂକୁଳ ଅବସ୍ଥାରେ ଲୋକେ କାଳିଜାଇ କିମ୍ବା ଚିଲିକା ପରିଦର୍ଶନ କରୁଛନ୍ତି । ପୂର୍ବରୁ ଚିଲିକାରେ ଅନେକ ଦୁର୍ଘଟଣା ଘଟିଛଇ ଯେଉଁଥି ପାଇଁ ସରକାର ବିନା ଳାଇଫ୍ ଜ୍ୟାକେଟ୍ ରେ ଯାତ୍ରା କରିବା ଗାଇଡ ଲାଇନ ଥିବା ବେଳେ ଏଠି କିନ୍ତି ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ତେବେ ଏ ନିୟମକୁ ଯେ କେବଳ ବେସରକାରୀ ସଂସ୍ଥା ଉଲ୍ଲଘଂନ କରୁଛନ୍ତି ତାହା ନୁହେଁ ସରକାରଙ୍କ ଜଳପଥ ପରିବହନ ସଂସ୍ଥା ମଧ୍ୟ ଏଥିରୁ ବାଦ୍ ପଡିନି । ଗୋଟିଏ ପଟେ ଯାତ୍ରୀଙ୍କୁ କୌଣସି ସୂଚନା ନ ଦିଆଯାଇଥିବା ଯାତ୍ରୀ କହୁଥିବା ବେଳେ ବୋଟ ଚାଳକଙ୍କ କହିବା କଥା ସେମାନଙ୍କୁ ଲାଇଫ୍ ଜେୟାକେଟ୍ ଦିଆଯାଉଛି ହେଲେ ସେମାନେ ପିନ୍ଧୁନାହାନ୍ତି ।

ସରକାର ନିୟମ ଅନୁଯାୟୀ ଥାର୍ଟି ସିଟର ଲଞ୍ଚରେ ତିରିଶ ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ନିୟମ ଥିବା ବେଳେ ଏଠାରେ ଚାଳିଶି ଜଣରୁ ଅଧିଜ ଯାତ୍ରୀ ଯାଉଥିବା ବେଳେ ଲଞ୍ଚ ଉପରେ ମଧ୍ୟ ଠିଆ କରାଇ ବିପଦ ସଂକୁଳ ଅବସ୍ଥାରେ ପର୍ଯ୍ୟଟକଙ୍କୁ ନେଇ ଚିଲିକା ଭିତରକୁ ଯାତ୍ରା କରାଉଛନ୍ତି । ଏନେଇ ବାଲୁଗାଁ ସରକାରୀ ଲଞ୍ଚ କର୍ମଚାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଅଧିକ ଲୋକଙ୍କୁ ନେବା ପାଇଁ ଆମର ଡାଇରେକ୍ଟଟର ଏବଂ ସହକାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଆଦେଶ ଅଛି ।

ଏଠି ପ୍ରଶ୍ନ ଉଠୁଛି ବୋଟ୍ ମାଲିକଙ୍କ କାମଖିଆଲି ପାଇଁ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଏଥି ପାଇଁ ଦାୟୀ ହେବ କିଏ? ତେବେ ସ୍ଥାନୀୟ କତୃପକ୍ଷ କିମ୍ୱା ଜିଲ୍ଲା ପ୍ରଶାସନ ଏହି ଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାଫାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *