ଚିକିତ୍ସାଳୟର ସମସ୍ୟାକୁ ନେଇ ଅନଶନରେ କୋଶଳ ସେନାର ସଦସ୍ୟ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଉପଯୁକ୍ତ ଡାକ୍ତର,ବେଡ଼, ଆଇସିୟୁ,ନର୍ସ ନାହିଁ । ଖାଲି ଥିବା ପଦବୀ ପୂରଣ କରାଯାଉ ବୋଲି ଦାବିରେ କୋଶଳ ସେନା ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା କରି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ । ପରେ ଆମରଣ ଅନଶନ ରେ କିକିତ୍ସଲ୍ୟ ସାମ୍ନାରେ ବସିଥିଲେ । ଉପଖଣ୍ଡ ଚିକିତ୍ସାଳୟ ହୋଇଥିଲେ ମଧ୍ୟ ଏହା କେବଳ ଏକ ରେଫରାଲ ସେଣ୍ଟର୍ ଭାବରେ ପରିଣତ ହୋଇଛି । ସମସ୍ତ ଗୁରୁତର ରୋଗୀଙ୍କୁ ବରଗଡ଼ ଓ ବୁର୍ଲା ପଠାଇ ଦିଆଯାଉଛି ।

ଫାର୍ମାସିଷ୍ଟ ତଥା ଅନ୍ୟାନ୍ୟ ସହଯୋଗୀ ଷ୍ଟାଫ୍ ପୂରଣ ସହିତ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦାବି ହେଉଛି । ସରକାର ବଦଳିବା ପରେ ସମସ୍ତଙ୍କର ଆଶା ଥିଲା ଯେ ନୂତନ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଚେଷ୍ଟା କରିବେ । କିନ୍ତୁ ନୂଆ ସରକାରକୁ ୧୦ ମାସ ବିତି ଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା ଆବଶ୍ୟକ ଡାକ୍ତର ନର୍ସ ମଧ୍ୟ ପୂରଣ ହୋଇ ପାରି ନାହିଁ । ଯାହା ଦ୍ଵାରା କୋଶଳ ସେନା ମାନେ ଅନଶନ ରେ ବସିଛନ୍ତି । ଶୋଭାଯାତ୍ରାରେ ଚାଷୀ ନେତା ଅଜିତ ଶତପଥୀ, ଓକିଲ ସଂଘ ସଭାପତି ଆନନ୍ଦ ପଣ୍ଡା, ମହେଶ ପଣ୍ଡା,ଓ କୋଶଳ ସେନାର ସମସ୍ତ ସଦସ୍ୟ ଯୋଗଦେଇଥିଲେ ।