
ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଗାଡିରେ ଥିବା ଲୋକେ । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବୁର୍ଡା ରାସ୍ତାର ତିଲେଇମାଲ ଛକ ନିକଟରେ ଘଟିଛି ଏହି ଅଘଟଣ । ବୁର୍ଡାରୁ ସୋନପୁରକୁ ଆସୁଥିବା ଏକ କାରରେ ତିଲେଇମାଲ ଛକ ନିକଟରେ ହଠାତ ନିଆଁ ଲାଗିଯାଇଥିଲା ।
ଗାଡି ଚାଳକ ସମେତ ଗାଡିରେ ଥିବା ଅନ୍ୟ ୩ ଜଣ ଗାଡିରୁ ବାହାରି ଆସିଥିଲେ । ଫଳରେ ଅଳ୍ପକେ ବର୍ତିଯାଇଥିଲେ ସୁଦ୍ଧା କାରଟି ସମ୍ପୁର୍ଣ୍ଣ ପୋଡିଯାଇଥିବା ଜଣାଯାଇଛି । କାରଟି ସୋନପୁର ସହରର ଲିପୁନ ପଧାନଙ୍କ ବୋଲି ଜଣାପଡିଛି ।