ଚାନ୍ଦବାଲି ବ୍ଳକରେ ଚକଡ଼ା ପୋକ ଆତଙ୍କ, ଚିନ୍ତାରେ ଚାଷି

କଥାରେ ଅଛି ଚାଷକାମ ଯାହାର କେଡେ ଆନନ୍ଦ ତାହାର କିନ୍ତୁ ତାର ବିପରୀତ ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକର ମୌସୁଧା ଗ୍ରାମ ପଞ୍ଚାୟତ ସହିତ ମତ୍ତ ଗ୍ରାମଞ୍ଚାୟତ ରେ । ଚାଷୀ ମୁଣ୍ଡରେ ଚିନ୍ତା ଚକଡା ପୋକ । ଚକଡ଼ା ପୋକ ପାଇଁ ଉଜୁଡି ଯିବାକୁ ବସିଛି ବର୍ଷକର ଫସଲ । ମୁଣ୍ଡରେ ହାତ ଦେଇ ହତାଶାରେ ଚାଷିକୂଳ । ଚାନ୍ଦବାଲି ବ୍ଳକର ଅନେକ ପଞ୍ଚାୟତରେ ଦେଖା ଦେଇଛି ଏହି ଚକଡ଼ା ପୋକ ଆତଙ୍କ । ଧାନ ଫସଲ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ । ପୋକ ନିୟନ୍ତ୍ରଣ ପାଇଁ ଯେତେ କୀଟ ନାଶକ ଔଷଧ ପ୍ରୟୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା କହିଛନ୍ତି ଚାଷୀ । ଏପଟେ କୃଷି ଅଧିକାରିଣୀ କହିଛନ୍ତି ପୋକ ଦାଉରୁ ଫସଲକୁ ସୁରକ୍ଷା ପାଇଁ ଚାଷୀଙ୍କୁ ସଚେତନ କରାଯାଉଛି ।

ଦୀର୍ଘ ଛଅ ମାସ ଧରି ମାଟି ସହ ମାଟି ହୋଇ ଖଟି ଆସିଥିଲା ଚାଷୀ । ଶେଷରେ ତାରି ଜମିରେ ରାଜୁତି କରି ଖୁସି ଛଡାଇ ନେଇଛି ଚକଡ଼ା । ଏମାନଙ୍କୁ କେମିତି କ୍ଷତି ପୂରଣ ମିଳିବ ,ଏମାନେ କେମିତି ଋଣ ସୁଝିବେ ,ବର୍ଷକର ଆହାର କେମିତି ଯୋଗାଡ଼ କରିବେ ସେ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ଯଦି ଚାଷୀ ମାନଙ୍କୁ ସରକାରୀ ସହାୟତା ନମିଳେ ପରିବାର ପ୍ରତିପଷଣ କରି ନପାରି ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷି ।

Leave a Reply

Your email address will not be published. Required fields are marked *