ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନ ଠାରେ କୃଷକ ସଚେତନତା ଶିବିର ସହ ମତ୍ସ୍ୟଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ଭଦ୍ରକ ତରଫରୁ ଅନୁଷ୍ଠିତ ଶିବିରରେ ଶହ ଶହ କୃଷକ ମାନେ ଉପସ୍ଥିତ ରହି ଯୋଗ ଦେଇଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ କୃଷି ବିଭାଗର ଅଧିକାରୀମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ।

ଚାନ୍ଦବାଲି ବିଡିଓ ସଞ୍ଜିବ କୁମାର ମହାପାତ୍ର ଓ ତହସିଲଦାର ଭବତୋଷ ମଲ୍ଲିକ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଚାଷୀ ଭାଇ ମାନେ ସାର ବିନା କିପରି ଚାଷ କରି ଅଧିକ ଫଳ ଫଳାଇପରିବେ ସେ ବିଷୟ ରେ ସଚେତନ କରାଯାଇଥିଲା। ସରକାର ଚାଷୀ ମାନଙ୍କ ପାଇଁ କାର୍ଯ୍ୟକାରୀ କରୁଥିବା ଯୋଜନା ରୁ ଚାଷୀ ମାନେ କିପରି ଲାଭ ପାଇପାରିବେ ସେ ବିଷୟରେ ଚାଷୀମାନଙ୍କୁ ସଚେତନ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ ସଞ୍ଜୟ କୁମାର ମହାନ୍ତି, ମସ୍ୟ ବୈଜ୍ଞାନିକ ଡ ବିଶ୍ୱ ରଞ୍ଜନ ସାମନ୍ତରାୟ, ଭଦ୍ରକ ରାଣୀତାଲର କୃଷି ବୈଜ୍ଞାନିକ ଡ ବିଜୟ ଲଷ୍ମୀ ମହାନ୍ତି, ବୈଜ୍ଞାନିକ ଡ ଗୟାଧର ଶିଆଳ, ଗୃହ ବିଜ୍ଞାନ ବୈଜ୍ଞାନିକ ବିଜୟ ଲଷ୍ମୀ ରାଉତ, କର୍ମଚାରୀ ସୁଶାନ୍ତ କୁମାର ସିଂ, ନାବାଡର ଜିଲ୍ଲା ଉନ୍ନୟନ ଅଧିକାରୀ ଦୀପକ କୁମାର ସାହୁ,ଏନ ନାଗେଶ୍ୱର ରାଓ, ଜିଲ୍ଲା କୃଷି ଅଧିକାରୀ ଦିଜବର ସେଠୀ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡ ତରୁନ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।