ରଣପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଚାନ୍ଦପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପରିଚାଳନା କମିଟି ସଭାପତି ଅକ୍ଷୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ବିଚାରପତି, ଜିଲ୍ଲା ଖାଉଟି ଅଦାଲତ ନାରାୟଣ ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରମୁଖ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷାବିକାଶ ସମିତି ପଦ୍ମନାଭ ସାହୁ ପ୍ରମୁଖ ଯୋଗଦେଇ ଥିଲେ।
ପ୍ରଥମେ ଅତିଥିଙ୍କ ଦ୍ବାରା ଗୁରୁ ଦେବଙ୍କ ଫଟୋଚିତ୍ର ନିକଟରେ ପ୍ରଦିପ ପ୍ରଜ୍ଜ୍ୱଳନ କରିି ସଭା କାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଭା କାର୍ଯ୍ୟ ପରେ ବାର୍ଷିକ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।
ସମ୍ପାଦକ କିଶୋର ଚନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।