ଚଳନ୍ତା ଟ୍ରେନରେ ଆଖିବୁଜା ଗୁଳିମାଡ଼,୪ ମୃତ

ମହାରାଷ୍ଟ୍ରର ପାଲଘର ଠାରେ ଜୟପୁର ଏକ୍ସପ୍ରେସ ଟ୍ରେନରେ ଆଖିବୁଜା ଗୁଳି ବିନିମୟ ହେବାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁଳି ବିନିମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଚାରି ଜଣଙ୍କ ମଧ୍ୟରେ ଜଣେ ASI ଏବଂ ୩ ଯାତ୍ରୀ ଅଛନ୍ତି। ତେବେ ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଆଜି ସକାଳ ପ୍ରାୟ ୫ ଟାରେ ଏହି ଘଟଣା ଘଟିଛି। ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଥିବା ଦହିସରରେ ଏହି ଗୁଳି ବିନିମୟ ହୋଇଛି। ଗୁଳି ଚଳାଇଥିବା ପୋଲିସ କନଷ୍ଟେବଳ ମୀରା ରୋଡ ନିକଟରେ ଧରାପଡିଛନ୍ତି। କୁହାଯାଉଛି ଯେ, କନଷ୍ଟେବଳ ମାନସିକ ଚାପରେ ପୀଡିତ ଥିଲେ।

ଜୟପୁର-ମୁମ୍ବାଇ ଟ୍ରେନଟି ସକାଳେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ବୋରିୱଲି-ମୀରାରୋଡ ଷ୍ଟେସନ ମଧ୍ୟରେ ଅଚାନକ କନଷ୍ଟେବଳ ଚେତନ ଆଖି ବୁଜା ଗୁଳିମାଡ଼ କରିଥିବା ଜଣାପଡିଛି । ପ୍ରଥମେ ସେ ନିଜ ପାଖରେ ବସିଥିବା ASI ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ।

ଦୁଇ ଜଣ ଉକ୍ତ ଟ୍ରେନ୍‌ରେ ଥିଲେ। ଏହି ସମୟରେ କନଷ୍ଟେବଳ ଚେତନ ହଠାତ୍‌ ASI ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଏହାପରେ କନଷ୍ଟେବଳ ଚେତନଙ୍କ ଆଖିବୁଜା ଗୁଳିମାଡ଼ରେ ଆଉ ୩ ସାଧାରଣ ଯାତ୍ରୀ ଆଖି ବୁଜିଛନ୍ତି। ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ନିଜ ଜୀବନ ବଞ୍ଚାଇବାକୁ ସେମାନେ ବଗି ଭିତରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ।

୪ଜଣଙ୍କୁ ହତ୍ୟା କରିଥିବା ଉକ୍ତ ‘ଆର୍‌ପିଏଫ୍‌’ କନେଷ୍ଟବଳଙ୍କୁ ମୁମ୍ବାଇ ରେଲ୍‌ୱେ ପୋଲିସ ଅଟକ ରଖିଛି।

ପୁଲିସ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଭୋର୍‌ ୫.୨୩ରେ ଟ୍ରେନ୍‌ ନମ୍ବର ୧୨୯୫୬ର ‘ବି୫’ କୋଚ୍‌ରେ ଆଜି ଗୁଳିକାଣ୍ଡ ଘଟିଥିବା ରିପୋର୍ଟ କରାଯାଇଛି। ‘ଏସ୍କର୍ଟ ଡିୟୁଟି’ରେ ଥିବା ସି. ଟି. ଚେତନ ‘ଏସ୍କର୍ଟ ଇନ୍‌-ଚାର୍ଜ’ ‘ଏଏସ୍‌ଆଇ’ ଟିକା ରାମଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ସୁନିଶ୍ଚିତ କରାଯାଇଛି। ଉକ୍ତ ଟ୍ରେନ୍‌ ‘ବିଭିଆଇ’ରେ ପହଞ୍ଚିଥିଲା। ସଦ୍ୟତମ ସୂଚନା ଅନୁସାରେ, ‘ଏଏସ୍‌ଆଇ’ଙ୍କ ସମେତ ୩ଜଣ ସାଧାରଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସିନିୟର୍‌ ‘ଡିଏସ୍‌ସି ବିଟିସି’ ଘଟଣାସ୍ଥଳକୁ ଯାଇଛନ୍ତି।

ଅଭିଯୁକ୍ତ କନେଷ୍ଟବଳ ଧରାପଡ଼ିଛନ୍ତି। ‘ଡିସିପି’ ନର୍ଥ ‘ଜିଆର୍‌ପି’ଙ୍କୁ ସୂଚନା ଦିଆଯାଇଛି। ପରେ ପରେ ସବିଶେଷ ବିବରଣୀ ପହଞ୍ଚିବ ବୋଲି ଉକ୍ତ ବିବୃତିରେ କୁହାଯାଇଛି।

ଏନେଇ ୱେଷ୍ଟର୍ଣ୍ଣ ରେଳବାଇର ଡିସିପି କେ. ସନ୍ଦୀପ ବି କହିଛନ୍ତି, ଅଭିଯୁକ୍ତ କାହିଁକି ଏପରି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନି। ତେବେ ପ୍ରାଥମିକ ଯାଞ୍ଚ ପରେ ଅଭିଯୁକ୍ତ କନଷ୍ଟେବଳଙ୍କ ମାନସିକ ସ୍ଥତି ଠିକ୍‌ ନ ଥିବା ଜଣାଯାଇଛି। ଯଦି ତାଙ୍କର ମାନସିକ ସ୍ଥିତି ଠିକ୍‌ ନ ଥିଲା, ତେବେ ତାଙ୍କୁ କିପରି ଡ୍ୟୁଟିରେ ମୁତୟନ କରାଯାଇଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *