ଚମ୍ପୁଆ ଶିବ ମନ୍ଦିରରୁ ଚୋରି; ଆସାମୀକୁ ୩ ବର୍ଷ ଜେଲ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଚନ୍ଦ୍ରଶେଖର ଶିବ ମନ୍ଦିରରୁ ଚୋରି ମାମଲାର ରାୟ ଶୁଣାଇଛନ୍ତି ମାନ୍ୟବର ଚମ୍ପୁଆ ଏସଡିଜେଏମ କୋର୍ଟ |ମାନ୍ୟବର ଚମ୍ପୁଆ ଏସଡିଜେଏମ ଅଭିଯୁକ୍ତକୁ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାଯୋଗ୍ୟ କି ଗତ ୨୮ /୪/୨୦୧୯ ରିଖ ଚମ୍ପୁଆ ସ୍ଥିତ ଶିବ ମନ୍ଦିରର କବାଟ ଭାଙ୍ଗି ମନ୍ଦିର ଭିତରୁ ଇନଭଟର ଓ ବ୍ୟାଟେରି ଚୋରି ହୋଇଥିଲା।

ଏନେଇ ମନ୍ଦିରର ପୂଜକ ମୃଣାଳ କାନ୍ତି ନନ୍ଦ ୨୯ତାରିଖରେ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଚମ୍ପୁଆ ପୋଲିସ ଚମ୍ପୁଆ ଅଞ୍ଚଳର ମଧୁ ନାଏକ ଓ ରିଙ୍କୁ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରି ଚମ୍ପୁଆ ମାନ୍ୟବର ଏସଡିଜେଏମ ଦିପକ କୁମାର ସାଥୁଆ ଆଠଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଆସାମି ରିଙ୍କୁ ନାଏକଙ୍କୁ ତିନି ବର୍ଷ ଜେଲଦଣ୍ଡ ସହ ତିନି ହଜାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ମଧୁ ନାଏକଙ୍କୁ ଖଲାସ କରିଛନ୍ତି ।

Leave a Reply

Your email address will not be published. Required fields are marked *